Advertisment

ଖଣିଜ ପରିବହନ ଦର ଧାର୍ଯ୍ୟ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଖଣିଜ ପଦାର୍ଥର ପରିବହନ ଦର ସରକାର ନିର୍ଦ୍ଧାରଣ କରିବେ। ଶୁକ୍ରବାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପ୍ରକାରେ ଆଉ ଖଣିଜ ପଦାର୍ଥ ପରିବହନ ନେଇ ଟ୍ରକ ମାଲିକ ସଂଘ ଓ ପରିବହନ ସଂସ୍ଥାଗୁଡ଼ିକ ନିର୍ଦ୍ଧାରଣ କରୁଥିବା ଦର କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ଦର ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର। ଏଥିପାଇଁ ଓଏମସିକୁ ଦିଆଯାଇଛି ଦାୟିତ୍ୱ। ଓଏମସି ଏନେଇ ଏକ […]

author-image
Rakesh Mallick
ଓଡ଼ିଶା ସରକାରଙ୍କ କୃଷି ବିକାଶ ଚିନ୍ତା: ଜୁନ ୧୫ ସୁଦ୍ଧା ନୀତି ଆୟୋଗକୁ ଦିଆଯିବ ପ୍ରସ୍ତାବ

osc

ଭୁବନେଶ୍ୱର: ଖଣିଜ ପଦାର୍ଥର ପରିବହନ ଦର ସରକାର ନିର୍ଦ୍ଧାରଣ କରିବେ। ଶୁକ୍ରବାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପ୍ରକାରେ ଆଉ ଖଣିଜ ପଦାର୍ଥ ପରିବହନ ନେଇ ଟ୍ରକ ମାଲିକ ସଂଘ ଓ ପରିବହନ ସଂସ୍ଥାଗୁଡ଼ିକ ନିର୍ଦ୍ଧାରଣ କରୁଥିବା ଦର କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ଦର ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର। ଏଥିପାଇଁ ଓଏମସିକୁ ଦିଆଯାଇଛି ଦାୟିତ୍ୱ। ଓଏମସି ଏନେଇ ଏକ ମଡ୍ୟୁଲ ତିଆରି କରୁଛି। ଏଥିପାଇଁ ୨ ମାସ ଲାଗିଯିବ। ଏହା ପରେ ଓଏମସି ଦର ନିର୍ଦ୍ଧାରଣ ନେଇ ସାରା ରାଜ୍ୟରେ ଇ-ଟେଣ୍ଡର ଡାକିବ।

Advertisment

ଆହୁରି ମଧ୍ୟ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଏକ ଟେକ୍ନିକାଲ କମିଟି ଗଠନ କରାଯିବ। ଏହି ଟେକ୍ନିକାଲ୍ ଟିମରେ ଜିଲ୍ଲା ଏସପି, ଆରଟିଓ ଏବଂ ଡିଡିଏମ୍ ମାନେ ସଦସ୍ୟ ରହିବେ। ଏହି ଟେକ୍ନିକାଲ କମିଟିଗୁଡ଼ିକର ସୁପାରିଶ ଅନୁସାରେ ଓଏମସି ଖଣିଜ ପଦାର୍ଥର ପରିବହନ ନେଇ ଦର ସ୍ଥିର କରିବେ।

ସେହିପରି ବାହାର ରାଜ୍ୟଗୁଡ଼ିକରୁ ଆସୁଥିବା ଟ୍ରକଗୁଡ଼ିକୁ ଅସ୍ଥାୟୀ ଭାବେ ପଞ୍ଜୀକରଣ କରିବାକୁ ପଡ଼ିବ। ଡିଡିଏମ ମାନେ ରାଜ୍ୟ ବହାରୁ ଆସୁଥିବା ଟ୍ରକଗୁଡ଼ିକୁ ଅସ୍ଥାୟୀ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ କରିବେ।

Advertisment

ଆଜିର ଏହି ବୈଠକରେ ଖଣି ବିଭାଗର ଅଧିକାରୀ ଓ ଖଣି ମାଲିକମାନେ ଉପସ୍ଥିତ ରହିଥିଲେ।