Advertisment

ପ୍ରସ୍ତାବ ମିଳିଲେ ପଦ୍ମ ଧରିବାକୁ ପ୍ରସ୍ତୁତ ଅଛନ୍ତି ଖାରବେଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଏମ୍‌ପି  ତଥା ଉତ୍କଳ ଭାରତ ପ୍ରତିଷ୍ଠାତା ମହାମେଘବାହାନ୍‌ ଐର ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ବିଜେପି ଯଦି ତାଙ୍କୁ ଦଳରେ ଯୋଗଦାନ ପାଇଁ ପ୍ରସ୍ତାବ ଦିଏ ତେବେ ସେ ଦଳରେ ସାମିଲ୍‌ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- “ କିଛି ଦିନ ତଳେ ମୁଁ ଦିଲ୍ଲୀ ଯାଇଥିଲି। ସେଠାରେ ବିଜେପି କାର୍ଯ୍ୟାଳୟରେ ଅରୁଣ ସିଂହ ଓ […]

ଅଦ୍ୟତନ ହୋଇଛି
ପ୍ରସ୍ତାବ ମିଳିଲେ ପଦ୍ମ ଧରିବାକୁ ପ୍ରସ୍ତୁତ ଅଛନ୍ତି ଖାରବେଳ

kh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଏମ୍‌ପି  ତଥା ଉତ୍କଳ ଭାରତ ପ୍ରତିଷ୍ଠାତା ମହାମେଘବାହାନ୍‌ ଐର ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ବିଜେପି ଯଦି ତାଙ୍କୁ ଦଳରେ ଯୋଗଦାନ ପାଇଁ ପ୍ରସ୍ତାବ ଦିଏ ତେବେ ସେ ଦଳରେ ସାମିଲ୍‌ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି- “ କିଛି ଦିନ ତଳେ ମୁଁ ଦିଲ୍ଲୀ ଯାଇଥିଲି। ସେଠାରେ ବିଜେପି କାର୍ଯ୍ୟାଳୟରେ ଅରୁଣ ସିଂହ ଓ ବୈଜୟନ୍ତ ବାବୁଙ୍କୁ ଭେଟି ମନକଥା କହିଛି।”

ଖାରବେଳଙ୍କ ଏହି କଥାରୁ ଲାଗୁଛି, ସେ ଏବେ ବିଜେପିରେ ଯୋଗଦେଇ ପାରନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଭେଟିବା ସମୟରେ ଖାରବେଳ ଭ୍ରଷ୍ଟ ବିଜେଡି ସରକାର ପ୍ରତି ତାଙ୍କ ହୃଦୟରୁ ବିରୋଧାଭାଷ ରହିଥିବା କଥା ସ୍ପଷ୍ଟ କରିଛନ୍ତି। ଏଣୁ ବିଜେପିରେ ଯୋଗ ଦେବା ଲାଗି ଯଦି ତାଙ୍କୁ ଇଙ୍ଗିତ ମିଳେ ତେବେ ସେ ଏହାକୁ ହାତଛଡା କରିବେ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଯେଉଁ ଦଳ(ବିଜେପି)କୁ ବିରୋଧ କରୁଥିଲେ ସେଥିରେ ମିଶିବାକୁ ବିନା ବାଧାରେ କ’ଣ ପାଇଁ ଆଗ୍ରହୀ ବୋଲି ପଚରାଯିବାରୁ ଖାରବେଳ ନିଜ ମତ ସ୍ପଷ୍ଟ କରିଛନ୍ତି।

Advertisment

କହିଛନ୍ତି- “ଆମେ ପୂର୍ବରୁ ଭାବୁଥିଲି ବିଜେଡି ଓ ବିଜେପି ଏକତ୍ର ଭାବେ ନିର୍ବାଚନ ଲଢିପାରନ୍ତି। ଏପରି ମଧ୍ୟ ଶୁଣିବାକୁ ମିଳୁଥିଲା ଯେ, ବୈଜୟନ୍ତ ବାବୁ ବିଜେପିରେ ମିଶିବାକୁ ଆଗ୍ରହି ଥିଲେ ମଧ୍ୟ ସମ୍ଭବତଃ ଏହି କାରଣରୁ ତାଙ୍କୁ ଦଳରେ ସାମିଲ କରାଯାଉ ନାହିଁ। କିନ୍ତୁ ବୈଜୟନ୍ତ ବାବୁ ପଦ୍ମ ଧରିବା ପରେ ସମାନ ଆଭିମୁଖ୍ୟ ରଖୁଥିବା ଆମ ଭଳି ନେତା ଦଳରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଛୁ।”

ଖାରବେଳେ ପୂର୍ବତନ ଏମ୍‌ପି ବ୍ରଜ କିଶୋର ତ୍ରିପାଠୀଙ୍କ କଥା ମଧ୍ୟ କହିଛନ୍ତି। ବିଜେପି ଟିକେଟରେ ସାଂସଦ ନିର୍ବାଚନ ସେ ଲଢିବାକୁ ଆଶାୟୀ ଥିବା ମଧ୍ୟ କହିଛନ୍ତି। ଖାରବେଳ ପୂର୍ବରୁ ୭ ଥର ନିର୍ବାଚନ ଲଢିଥିବା ବେଳେ ୬ଥର ବିଜେପିରୁ ନିର୍ବାଚନୀ ମଇଦାନ୍‌କୁ ଓହ୍ଲାଇଛନ୍ତି। ଏଣୁ ଏହି ନିର୍ବାଚନରେ ତାଙ୍କ ଭୂମିକା କ’ଣ ରହିବ ତାହା ଦେଖିବାକୁ ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe