khodha-hatya
Advertisment
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ଗାଁରେ ଆଜି ଭୋରରେ ଜଣେ ମନ୍ଦିର ପୂଜକଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦେବରାଜ ମହାପାତ୍ର।
Advertisment
ସ୍ଥାନୀୟ ଲୋକ ସୋଲାବନ୍ଧ ପୋଖରୀ ନିକଟରେ ଦେବରାଜଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବେଗୁନିଆ ପୋଲିସ୍ ଦେବରାଜଙ୍କ ପୁଅକୁ ଡାକି ପଚରାଉଚରା କରୁଛି।
ସ୍ଥାନୀୟ ଲୋକ କହିଛନ୍ତି, “ଦେବରାଜ ଜଣେ ମେଳାପି ଲୋକ ଥିଲେ। ତାଙ୍କର କାହା ସହିତ ଶତ୍ରୁତା ନ ଥିଲା।”
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/05/khodha-hatya.jpg)