Advertisment

ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ମୃତ, ୬ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ-ନାଭାଲ ରାସ୍ତାର ସୁବୁଧିପାଟଣାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଏକ ଶିଶୁ ଅଛନ୍ତି। ମୃତକ ଓ ଆହତମାନେ ବ୍ରହ୍ମପୁରର କ୍ଷୀରୋଧପାଟଣା ଓ ଇଚ୍ଛାପୁରର ୨ଟି ପରିବାରର ବୋଲି ଜଣାପଡିଛି। ଗୁରୁତରମାନଙ୍କୁ ପ୍ରଥମେ ବାଲୁଗାଁ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଭୁବନେଶ୍ୱର […]

author-image
Rakesh Mallick
ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ମୃତ, ୬ ଗୁରୁତର

ota

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାଲୁଗାଁ-ନାଭାଲ ରାସ୍ତାର ସୁବୁଧିପାଟଣାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଏକ ଶିଶୁ ଅଛନ୍ତି। ମୃତକ ଓ ଆହତମାନେ ବ୍ରହ୍ମପୁରର କ୍ଷୀରୋଧପାଟଣା ଓ ଇଚ୍ଛାପୁରର ୨ଟି ପରିବାରର ବୋଲି ଜଣାପଡିଛି। ଗୁରୁତରମାନଙ୍କୁ ପ୍ରଥମେ ବାଲୁଗାଁ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Advertisment

ଏମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ସୁବୁଧିପାଟଣାଠାରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ପୋଲିସ ଦୁଇଟି ଟ୍ରେଲରକୁ ଅଟକ ରଖିବା ସହ ଦୁଇଜଣ ଡ୍ରାଇଭରଙ୍କୁ ପଚରାଉଚରା କରିଛି।