/odisha-reporter/media/post_attachments/uploads/2015/04/orissa-mine.jpg)
orissa mine
ଭୁବନେଶ୍ୱର:ରାଜ୍ୟରେ ବନ୍ଦ ଥିବା ଆଉ ୧୧ ଟି ଖଣି ଖୋଲିବାର ସମ୍ଭାବନା ରହିଛି। ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନ୍ତଃ ବିଭାଗୀୟ କମିଟିର ବୈଠକ ବସିବାର ଅଛି । ଏଥିରେ ଖଣି ଖୋଲିବା ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।
Advertisment
ଏହି ଖଣିଗୁଡିକ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ରହିଛି। କେଉଁ କାରଣରୁ ଏହିଗୁଡିକ ବନ୍ଦ ରହିଛି କମିଟି ଗୋଟି ଗୋଟି କରି ତାର ତର୍ଜମା କରିବ ବୋଲି ସୂଚନା ମିଳିଛି। ଆଇନ ବିଭାଗର ମତାମତ ଅନୁଯାଇ ଯେଉଁ ଖଣିଗୁଡିକ ଖୋଲାଯିବା ଯୋଗ୍ୟ ସେଗୁଡିକୁ ଚାଲୁ କରିବାକୁ କମିଟି କହିପାରେ। ପୂର୍ବରୁ ବନ୍ଦ ଥିବା ୨୬ଟି ଖଣି ଖୋଲିବା ଲାଗି ଏହି କମିଟି ସୁପାରିଶ କରିଥିଲା।
ଏସବୁ ଖଣିର ଲିଜ ଅବଧି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ଗତ ୧୮ ତାରିଖରେ ଅନୁମୋଦନ କରିବା ସହ ୩ ମାସ ମଧ୍ୟରେ ସପ୍ଲିମେଣ୍ଟାରୀ ଲିଜ ଡିଡ୍ କରିବାକୁ ଲିଜଧାରୀଙ୍କୁ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
