Advertisment

ମୋ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କିଛି ଅଂଶକୁ କାଟି ତାଙ୍କୁ ବାହାର କରିଥିଲେ।

Accident

Accident

Advertisment

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମୋ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି।

Advertisment

ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କିଛି ଅଂଶକୁ କାଟି ତାଙ୍କୁ ବାହାର କରିଥିଲେ।

Advertisment

ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

ସେହିପରି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଜଲାପୁଟ ବ୍ରିଜ ନିକଟରେ ଏକ ପିକଅପ ଗାଡ଼ି ଓଲଟି ପଡ଼ିବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଥୁବା ଗାଁର ବୋଲି ଜଣାପଡ଼ିଛି। ସେମାନେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ପଣସ ଆଣିବା ନିମନ୍ତେ ଯାଉଥିବା ବେଳେ ଜଲାପୁଟବ୍ରିଜ ନିକଟରେ ଭରାସାମ୍ୟ ହରାଇ ପିକ୍‌ଅପ୍ ଗାଡ଼ିଟି ଓଲଟି ପଡ଼ିଥିଲା।

Accident Khorda Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe