Advertisment

ଭୁବନେଶ୍ୱରରେ ୧୧୧୯ ନୂଆ କରୋନା ରୋଗୀ, ୯୪୪ଜଣ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ମାତ୍ର ୧୭୫ଜଣ କ୍ୱାରେଣ୍ଟାଇନ ରହି ଥିବାବେଳେ ଅନ୍ୟ ୯୪୪ଜଣ ସ୍ଥାନୀୟ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ ଲୋକ ସ୍ଥାନୀୟ କଣ୍ଟାକ୍ଟରେ ଆସି ସଂକ୍ରମିତ ହେବା ଉଦବେଗର ବିଷୟ ହୋଇଛନ୍ତି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ୧୧୧୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪୨ଜଣ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ୧୧୧୯ ନୂଆ କରୋନା ରୋଗୀ, ୯୪୪ଜଣ ସ୍ଥାନୀୟ ସଂକ୍ରମିତ

BMC

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ୧୧୧୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ମାତ୍ର ୧୭୫ଜଣ କ୍ୱାରେଣ୍ଟାଇନ ରହି ଥିବାବେଳେ ଅନ୍ୟ ୯୪୪ଜଣ ସ୍ଥାନୀୟ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ ଲୋକ ସ୍ଥାନୀୟ କଣ୍ଟାକ୍ଟରେ ଆସି ସଂକ୍ରମିତ ହେବା ଉଦବେଗର ବିଷୟ ହୋଇଛନ୍ତି।

Advertisment

ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ୧୧୧୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୪୨ଜଣ ସୁସ୍ଥ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୭୫ଜଣ କ୍ୱାରେଣ୍ଟାଇନରେ ରହିଥିଲେ । ବାକି ୯୪୪ଜଣ ସ୍ଥାନୀୟ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଅଂଚଳରୁ ସର୍ବାଧିକ ୪୮ଜଣ, ଖଣ୍ଡଗିରିରୁ ୩୯ଜଣ, ଲକ୍ଷ୍ମୀସାଗରରୁ ୨୫ଜଣ, ଝାରପଡ଼ାରୁ ୭ଜଣ, ବରମୁଣ୍ଡାରୁ ୯ଜଣ, ବରଗଡ଼ରୁ ୧୭ଜଣ, ଭୀମଟାଙ୍ଗିରୁ ୧୧ଜଣ, ବମିଖାଲରୁ ୧୧ଜଣ, ବିଜେବି ନଗରରୁ ୧୨ଜଣ, ଲୁଇସ ରୋଡରୁ ୭ଜଣ, ଜାଗମରାରୁ ୧୩ଜଣ, ଆଇଆରସି ଭିଲେଜରୁ ୧୩ଜଣ, ଆଚାର୍ଯ୍ୟ ବିହାରରୁ ୧୩ଜଣ, ଡୁମଡୁମାରୁ ୨୪ଜଣ, ବାପୁଜୀ ନଗରରୁ ୬ଜଣ, ହଂସପାଳରୁ ୭ଜଣ, କଳିଙ୍ଗନଗରରୁ ୯ଜଣ ସ୍ଥାନୀ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1388128291576442889?s=20

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଭୁବନେଶ୍ୱରରୁ ମୋଟ ୮୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ୭୫୫ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ବୁଧବାର ଦିନ ୧୦୪୪ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୮୨୫ ରହିଥିଲା। ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମହାନଗର ନିଗମ ପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe