Advertisment

ନିର୍ବାଚନ ‍ବେଳେ ଯେଉଁଠି ବୋମା ବନ୍ଧୁକ ଗର୍ଜୁଥିଲା, ସେଠି ସବୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ

ଖୋର୍ଦ୍ଧା (ବଳରାମ ଲେଙ୍କା): ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ବୋମା ବନ୍ଧୁକର ଗର୍ଜନ। ଅଶାନ୍ତ ହୋଇପଡ଼େ ପଞ୍ଚାୟତ। ଗୋଷ୍ଠୀ ଗୋଷ୍ଠୀ ଭିତରେ ସଂଘର୍ଷ ଘଟେ। ହେଲେ ଚଳିତ ନିର୍ବାଚନରେ ସେହି ପଞ୍ଚାୟତ ତାର ସମସ୍ତ ପ୍ରତିନିଧିଙ୍କୁ ଇଲେକ୍ସନ ନୁହେଁ ବରଂ ସିଲେକ୍ସନ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଏମିତି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତରେ ଦେଖିବାକୁ ମିଳିଛି। ବଡ଼ପୋଖରୀଆ ପଞ୍ଚାୟତରେ ନିର୍ବାଚନ ପାଇଁ ପୁଲିସ, ପ୍ରଶାସନ ସର୍ବଦା ଚିନ୍ତିତ ରୁହନ୍ତି। ପଞ୍ଚାୟତରେ ଉତ୍ତେଜନା […]

ନିର୍ବାଚନ ‍ବେଳେ ଯେଉଁଠି ବୋମା ବନ୍ଧୁକ ଗର୍ଜୁଥିଲା, ସେଠି ସବୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ

khurda

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ବୋମା ବନ୍ଧୁକର ଗର୍ଜନ। ଅଶାନ୍ତ ହୋଇପଡ଼େ ପଞ୍ଚାୟତ। ଗୋଷ୍ଠୀ ଗୋଷ୍ଠୀ ଭିତରେ ସଂଘର୍ଷ ଘଟେ। ହେଲେ ଚଳିତ ନିର୍ବାଚନରେ ସେହି ପଞ୍ଚାୟତ ତାର ସମସ୍ତ ପ୍ରତିନିଧିଙ୍କୁ ଇଲେକ୍ସନ ନୁହେଁ ବରଂ ସିଲେକ୍ସନ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଏମିତି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତରେ ଦେଖିବାକୁ ମିଳିଛି।

Advertisment

ବଡ଼ପୋଖରୀଆ ପଞ୍ଚାୟତରେ ନିର୍ବାଚନ ପାଇଁ ପୁଲିସ, ପ୍ରଶାସନ ସର୍ବଦା ଚିନ୍ତିତ ରୁହନ୍ତି। ପଞ୍ଚାୟତରେ ଉତ୍ତେଜନା ପାଇଁ ପ୍ଲାଟୁନ୍ ପ୍ଲାଟୁନ ପୁଲିସ ଫୋର୍ସ ମାସ ମାସ ଧରି ମୁତୟନ ରୁହନ୍ତି। ରାଜନୈତିକ ପତିଆରା ପାଇଁ ବଡ଼ପୋଖରୀଆ ପଞ୍ଚାୟତରେ କେହି କାହାକୁ ଇଞ୍ଚେ ଜାଗା ଛାଡ଼ନ୍ତି ନାହିଁ। କିନ୍ତୁ ଚଳିତ ନିର୍ବାଚନରେ ତାର ସରପଞ୍ଚ, ସମିତି ସଭ୍ୟ ଏବଂ ସମସ୍ତ ୧୪ ୱାର୍ଡ ମେମ୍ବରଙ୍କ ନିର୍ଦ୍ଵନ୍ଦରେ ନିର୍ବାଚିତ କରିଛନ୍ତି।

ଏ ନେଇ ସମିତି ସଭ୍ୟ ସରପଞ୍ଚ କହିଛନ୍ତି, ପଞ୍ଚାୟତର ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଧାୟକ ଏକ ବୈଠକ ଡାକିଥିଲେ। ଆମର ଯେଉଁ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଏଥିରେ ପ୍ରତି ୱାର୍ଡରୁ ୪ଜଣ ଲେଖାଏ ଯୋଗ ଦେଇଥିଲେ। ଆଉ ଆମେ ଇଲେକ୍ସନ ନୁହେଁ, ସିଲେକ୍ସନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏହାକୁ ମଧ୍ୟ ପଞ୍ଚାୟତବାସୀ ଓ କମିଟି ସ୍ୱୀକୃତି ପ୍ରଦାନ କରିଥିଲେ। ଆମେ ନିର୍ଦ୍ୱନ୍ଦ୍ୱରେ ଆମେ ଗୋଟିଏ ଲେଖାଏ ପ୍ରାର୍ଥିପତ୍ର ଦାଖଲ କରିଥିଲୁ। ଆଉ ଏଥିରେ ଆମେ ସିଲେକ୍ସନ ମଧ୍ୟ ହୋଇଥିିଲୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe