Advertisment

‘ବିବନ ମୁଖ୍ୟ ଅଭିଯୁକ୍ତ, ତାକୁ ଫାଶୀ ହେଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିବନ ଥିଲା ମୁଖ୍ୟ ଅଭିଯୁକ୍ତ । ତାକୁ ଫାଶୀ ହେଉ। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ୱସ୍ତି ଲାଗୁଛି। ସିବିଆଇ ଚୁପ୍ ବସିଲା, ଧରିଲାନି । ହେଲେ ସିପି ଓ ତାଙ୍କ ଟିମ୍‌କୁ ଧନ୍ୟବାଦ।” ୧୯୯୯ ଜାନୁଆରୀ ୯ରେ ଘଟିଥିବା ଲୋମହର୍ଷଣକାରୀ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏହାର ଶିକାର ହୋଇଥିବା ଅଞ୍ଜନା ମିଶ୍ର।  ତା’ସହିତ ଦୀର୍ଘ ୨୨ […]

ଅଦ୍ୟତନ ହୋଇଛି
‘ବିବନ ମୁଖ୍ୟ ଅଭିଯୁକ୍ତ, ତାକୁ ଫାଶୀ ହେଉ’

Anjana-Thumb

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିବନ ଥିଲା ମୁଖ୍ୟ ଅଭିଯୁକ୍ତ । ତାକୁ ଫାଶୀ ହେଉ। ବିବନ ଗିରଫ ହେବା ପରେ ବହୁତ ଖୁସି ଏବଂ ଆଶ୍ୱସ୍ତି ଲାଗୁଛି। ସିବିଆଇ ଚୁପ୍ ବସିଲା, ଧରିଲାନି । ହେଲେ ସିପି ଓ ତାଙ୍କ ଟିମ୍‌କୁ ଧନ୍ୟବାଦ।” ୧୯୯୯ ଜାନୁଆରୀ ୯ରେ ଘଟିଥିବା ଲୋମହର୍ଷଣକାରୀ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏହାର ଶିକାର ହୋଇଥିବା ଅଞ୍ଜନା ମିଶ୍ର।  ତା’ସହିତ ଦୀର୍ଘ ୨୨ ବର୍ଷ ହେଲା ସେ ମରି ମରି ବଞ୍ଚିଛନ୍ତି ବୋଲି କହିଛନ୍ତି।

Advertisment

ସେ କହିଛନ୍ତି ଯେ ଏହି ଘଟଣା ପଛରେ କଂଗ୍ରେସ ଦଳର ହାତ ଥିଲା। ଏହି ଘଟଣା ପରେ ତାଙ୍କୁ ମାରି ଦେବାକୁ ଚେଷ୍ଟା କରାଯାଇଥିଲା। ଗିରଫ ଅଭିଯୁକ୍ତର ପୃଷ୍ଠପୋଷକ ଥିବା କଂଗ୍ରେସ ସମର୍ଥକ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ଏମିତି ସ୍ଥିତି କଲେ ଯେ ତାଙ୍କୁ ଘରେ ରଖେଇ ଦେଲେନି।

ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର

ଅଞ୍ଜନା କହିଛନ୍ତି, ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ହେଲେ ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର।  ଏପରି ଘଟଣାର ଶିକାର ହେବା ପରେ ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ନିର୍ଯାତନାର ଏପରି କଳାବାଦଳ ହସଖୁସିର ସଂସାରକୁ ଉଜାଡ଼ି ଦେଇଥିଲେ ବି ବହୁତ ଲମ୍ବା ସଂଘର୍ଷ କରିଛି। ତେଣୁ  ଭାଙ୍ଗି ନ ପଡ଼ି ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିବାକୁ ଅନ୍ୟ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ  ସେ ପରାମର୍ଶ ଦେଇଛନ୍ତି।

Advertisment

ସେ କହିଛନ୍ତି, ଆମ ସିଷ୍ଟମ ଯାହା, ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି। ସିପିଙ୍କ ଭଳି ଜଣେ ଭଲ ଅଫିସର ମିଳିବାରୁ ବିବନ ଧରାପଡ଼ିଲା। ୨ ଦୋଷୀଙ୍କ ଭିତରୁ ପଦିଆ ମରିଯାଇଛି। ଧୀରେନ୍ଦ୍ର ଜେଲରେ ଅଛି। ଏବେ ଧରାପଡ଼ିଥିବା ବିବନକୁ ଫାଶି ହେଉ।

ସୂଚନାଯୋଗ୍ୟ,  ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏହି ଗଣଦୁଷ୍କର୍ମ ଘଟିଥିଲା  । ଏହାକୁ ନେଇ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସେତେବେଳେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଘଟଣାର ୨ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇ ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ପୁନେରୁ ଗିରଫ କରିଛି କମିଶନରେଟ ପୁଲିସ୍‌। ବିବନ ନିଜ ନାମ ବଦଳାଇ ପୁନେର ଆମ୍ବି ଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାମରେ ରହି ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe