Advertisment

ଟ୍ରକ୍‌କୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ

ଆଜି ସକାଳେ ଖୋର୍ଦ୍ଧାରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ପିତାପଲ୍ଲୀ ଛକର ରାସ୍ତାକଡ଼ରେ ଏକ ଟ୍ରକ୍‌ଟି ଠିଆ ହୋଇଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଛକରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। 

Advertisment

ପିକ୍‌ଅପ୍‌ ଭ୍ୟାନ୍‌ଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପିତାପଲ୍ଲୀ ଛକରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ପିକ୍‌ଭ୍ୟାନ୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। କଟର ସାହାଯ୍ୟରେ କଟାଯାଇ ଦୁଇ ମୃତକଙ୍କୁ ଗାଡ଼ି ଭିତରୁ ବାହାର କରାଯାଇଥିଲା।

ପିକ୍‌ଅପ୍‌ ଭ୍ୟାନଟି ମାଛ ଯାଆଁଳ ଆଣିବା ପାଇଁ ଭୁବନେଶ୍ୱର ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe