Advertisment

ଓଲଟିବା ପରେ ୩ଟି ଗାଡ଼ିକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୪ ଗୁରୁତର

ଗୋଟିଏ ପରେ ଗୋଟିଏ ଏହିପରି ଭାବେ ଭ୍ୟାନ୍‌ଟି ୩ଟି ଗାଡ଼ିକୁ ଧକ୍କା ଦେଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଦ୍ରୁତ ଗତି ଆଣିଲା ମହା ବିପତ୍ତି। କ୍ଷୀପ୍ର ବେଗରେ ଯାଉଥିବା ଏକ କଦଳି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ରାସ୍ତା ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ି ଘଟାଇଲା ସିରିଜ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ଭାବେ ଭ୍ୟାନ୍‌ଟି ୩ଟି ଗାଡ଼ିକୁ ଧକ୍କା ଦେଇଛି। ଆଜି ସକାଳେ ଖୋର୍ଦ୍ଧା ନୟାଗଡ ୫୭ ନମ୍ବର ଜାତୀୟରାଜପଥ ବାଘମାରୀ ସାରୁଅ ରାସ୍ତା ମଝିରେ ଏହି ସିରିଜ ଦୁର୍ଘଟଣା ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

Advertisment

ବାଘମାରୀ ସାରୁଅ ରାସ୍ତା ମଝିରେ ଆଜି ପ୍ରାୟ ୯ଟା ପରେ ଦ୍ରୁତ ଗତିରେ ଏକ କଦଳି ବୋଝେଇ ପିକ୍‌ଅପ୍‌ ଭ୍ୟାନ ଯାଉଥିଲା। ମାତ୍ର ଭାରସାମ୍ୟ ହରାଇ ଭ୍ୟାନଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏହାପରେ ବି ଗାଡ଼ିଟି ଘୋଷାଡ଼ି ହୋଇ ବହୁ ବାଟ ଚାଲି ଯାଇ ବହୁ ଗାଡିକୁ ପିଟିଥିଲା।

ପିକଅପ ଭ୍ୟାନଟି ଏକ ଯାତ୍ରୀ ବାହି ଅଟୋ , ଏକ ଟାଟାଏସି ଏବଂ ପରେ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ବେଗ ଏତେ କ୍ଷୀପ୍ର ଥିଲା ଯେ ଅଟୋଟି ରାସ୍ତା କଡକୁ ଓଲଟିବା ସହିତ ଚୁରମାର ହୋଇଯାଇଛି । ଖବର ପାଇ ବାଘମାରୀ ପୁଲିସ ପହଞ୍ଚି ଗୁରୁତରଙ୍କୁ ଖୋର୍ଦ୍ଧା ଜିଲା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି।

Advertisment

। ଦୁର୍ଘଟଣା ପରେ ୫୭ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ କିଛି ସମୟ ପରେ ତାହା ସ୍ୱାଭାବିକ ହୋଇଛି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗୁରୁତର ହୋଇଥିବା ଜଣାଯାଇଛି। 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe