Advertisment

ଆଜିଠୁ ଖୋଲିବ ନବମ,ଏକାଦଶ ଶ୍ରେଣୀ; ୨ ଘଣ୍ଟା ହେବ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସାମାଜିକ ଦୂରତା ଓ କରୋନା କଟକଣା ମାନି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ହେବ । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ କ୍ଲାସ ହେବ । ଏହି ଦୁଇ ଘଣ୍ଟାରେ ୩ଟି ପିରିୟଡ୍  ହେବ । ନବମ ଓ ଏକାଦଶ ଏହି […]

ଅଦ୍ୟତନ ହୋଇଛି
ବଦଳିଲା ସମୟ, କେତେ ପର୍ଯ୍ୟନ୍ତ ସ୍କୁଲ ଚାଲିବ ପଢ଼ନ୍ତୁ ପୂରା ରିପୋର୍ଟ

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧୦ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସାମାଜିକ ଦୂରତା ଓ କରୋନା କଟକଣା ମାନି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ହେବ । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ କ୍ଲାସ ହେବ । ଏହି ଦୁଇ ଘଣ୍ଟାରେ ୩ଟି ପିରିୟଡ୍  ହେବ । ନବମ ଓ ଏକାଦଶ ଏହି ଦୁଇ ଶ୍ରେଣୀରେ ଏପ୍ରିଲ ୩୦ ଯାଏଁ କ୍ଲାସ୍‌ରୁମ୍‌ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି  ।

Advertisment

ଶିକ୍ଷକ ଅଭାବ ଦୂର କରିବାକୁ ଅବସରପ୍ରାପ୍ତ ଶିକ୍ଷକ ଓ ଦକ୍ଷ ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରାଯିବ । ଅଗ୍ରାଧିକାର ଭିତ୍ତିରେ ଗଣିତ,  ବିଜ୍ଞାନ, ଇଂରାଜୀ ଓ ସାମାଜିକ ବିଜ୍ଞାନ ବିଷୟ ପଢାଯିବ ।

କରୋନା କୋପ କମିବା ପରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ଫୁଲ୍‌ ଦମ୍‌ରେ ଆରମ୍ଭ ହୋଇଛି ପ୍ରୟାସ। ପୂର୍ବରୁ ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଆଜିଠୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ। ସାଢ଼େ ୧୦ ଯାଏ ଏହି ୨ କ୍ଲାସର ପାଠପଢ଼ା ହେବ ବୋଲି ନିଷ୍ପତ୍ତି ନିଆଯାଇଥିବାରୁ ପୂର୍ବାହ୍ନ ୧୧ଟାରୁ  ଆରମ୍ଭ ହେବ ଦଶମ ଶ୍ରେଣୀ ପାଠପଢ଼ା ।

Advertisment

ଏଠାରେ ସୂଚନାଯୋଗ୍ୟ ଯେ,  ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି  ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯାଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe