Advertisment

ବରମୁଣ୍ଡ ବସ୍‌ଷ୍ଟାଣ୍ଡ ନୂଆ ପାର୍କିଂରେ ଜଳିଗଲା ବସ୍‌

ବସ୍ ପଛ ପଟୁ ନିଆଁ ଲାଗିବା ପରେ କ୍ରମେ ଏହା ପୂରା ବସ୍‌କୁ କରାୟତ କରି ନେଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Bus catches fire

Bus catches fire

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନୂଆ ପାର୍କିଂ ପଏଣ୍ଟରେ ଛିଡ଼ା ହୋଇଥିବା ଏକ ବସ ହୁତ୍‌ହୁତ ହୋଇ ଜଳିଗଲା। ଆଜି ଅପରାହ୍ନରେ ଏହି ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ବସ ପଛ ପଟୁ ନିଆଁ ଲାଗିବା ପରେ କ୍ରମେ ଏହା ପୂରା ବସ୍‌କୁ କରାୟତ କରି ନେଇଥିଲା। କେହି ଜାଣିଶୁଣି ବସ୍‌କୁ ନିଆଁ ଲଗାଇଥିବା ବସ ମ୍ୟାନେଜର ସନ୍ଦେହ କରୁଛନ୍ତି।

Advertisment

ଏହି ବସ୍‌ ଆଜି ରାତିରେ ବଣେଇ ଯିବାର ଥିଲା। ସେଥିଲାଗି ବସ୍‌ଟି ନୂଆ ପାର୍କିଂ ପଏଣ୍ଟରେ ଅଟକି ରହିଥିଲା। ବସ୍‌ର ବନେଟ ଉପରେ ଡ଼୍ରାଇଭର ବସି ଥିବା ବେଳେ ହଠାତ୍ ନିଆଁ ଲାଗି ଥିବା ଜାଣିବାକୁ ପାଇଥିଲେ। ଭୟରେ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ବସ୍‌ଟିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲେ ମଧ୍ୟ କେହି ବି ନିଆଁ ଲିଭାଇବାକୁ ସାହାସ କରି ନଥିଲେ।

bus catches fireଜଳି ଯାଇଥିବା ବସ୍।
ଖବର ପାଇ ସଚିବାଳୟ ଅଗ୍ନିଶମ କେନ୍ଦ୍ରରୁ ଦୁଇଟି ଦମକଳ ଆସି ବରମୁଣ୍ଡାରେ ପହଞ୍ଚି ଥିଲା। ହେଲେ ଜଳୁଥିବା ବସ୍‌ ପାଖରେ ପ୍ରାୟ ୩୦ଟି ବସ୍‌ ଥିବାରୁ ଦମକଳ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସବୁ ବସ୍‌କୁ ହଟାଇବା ପରେ ଦମକଳ ଗାଡ଼ି ନିଆଁ ଲାଗିଥିବା ବସ୍‌ ପାଖରେ ପହଞ୍ଚି ପାରିଥିଲା। ଏହି କାମ ପାଇଁ ପ୍ରାୟ ୪୫ ମିନିଟ୍ ଲାଗିଯାଇଥିଲା। ସେତେବେଳକୁ ଏହି ବସ୍‌ ପୋଡ଼ି ପାଉଁଶ ହୋଇ ସାରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ମାନବକୃତ ନା ସର୍ଟସର୍କିଟ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।
Advertisment
Fire Breakout