Advertisment

ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ସୌରଭଙ୍କ ବାପା ମାଆ ହତ୍ୟା ଅଭିଯୋଗ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
representational image

representational image

ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଜି ଏହି ଛାତ୍ରଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ହଷ୍ଟେଲ ରୁମ୍‌ରୁ ଉଦ୍ଧାର କରାଯାଇଛି।

Advertisment

ମୃତ ଛାତ୍ରଙ୍କ ନାମ ସୌରଭ ଦେ। ସେ ନର୍ସିଂ ୨ୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାରେ। ତେବେ ସୌରଭଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି। ସକାଳୁ ତାଙ୍କ ଝୁଲନ୍ତା ମୃତ ଦେଖିବା ପରେ ଏହି ହଷ୍ଟେଲରେ ରହୁଥିବା ଛାତ୍ରମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

ସେପଟେ ସୌରଭଙ୍କ ବାପା ମାଆ ହତ୍ୟା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ହଷ୍ଟେଲରେ ଦୁଃଖର ଛାୟା ଖେଳି ଯାଇଛି।

Advertisment
Student Suicide