Advertisment

ସୁଟ୍‌କେଶରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ପତ୍ନୀଙ୍କୁ ବାନ୍ଧିଲା ପୁଲିସ୍‌

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ରବିବାର ଏକ ଟ୍ରଲି ବ୍ୟାଗ୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଅଦ୍ୟତନ ହୋଇଛି
Accused

Accused

Advertisment

ଏକ ଟ୍ରଲି ବ୍ୟାଗରୁ ଜଣେ ୫ ଫୁଟ ୩ ଇଞ୍ଚର ଯୁବକଙ୍କ ମୃତଦେହ ମିଳିବା ଘଟଣା ଗତକାଲି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଆସିଛି ଘଟଣାରେ ଟ୍ୱିଷ୍ଟ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଗତକାଲି ଗଣମାଧ୍ୟମ ସମ୍ମୁଖରେ କାନ୍ଦି ଗଡ଼ି ଯାଉଥିବା ପତ୍ନୀଙ୍କୁ ହିଁ ବାନ୍ଧିଛି ପୁଲିସ୍‌। ସ୍ୱାମୀ ମର୍ଡର କେସ୍‌ରେ ସେ ମୁଖ୍ୟ ଖଳନାୟିକା ବୋଲି ପୁଲିସ୍‌ ଜାଣିବାକୁ ପାଇଥିବା ବେଳେ ତାଙ୍କ ସହ ଆଉ ୨ ଜଣଙ୍କୁ ବି ବାନ୍ଧିଛି। ତେବେ ଏହା ପଛର କାରଣ କ’ଣ ତାହା ଉପରୁ ହଟିନି ପରଦା । 

Advertisment

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଗତକାଲି ଏକ ଟ୍ରଲି ବ୍ୟାଗ୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚହଲ ପକାଇ ଦେଇଥିଲା।

Policeଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ।

ଖବର ପାଇ ଖୋର୍ଦ୍ଧା ଏସ୍‌ପି, ଏସ୍‌ଡିପିଓ, ନାଚୁଣୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଡଗ୍‌ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଲେ। ବହୁ ଯାଞ୍ଚ ପରେ ମୃତଦେହଟି ନୟାଗଡ଼ ଜିଲ୍ଲା ରଣପୁର ଥାନା ଲାଖପଡ଼ାର ମନୋରଞ୍ଜନ ମହାପାତ୍ରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ମୃତକଙ୍କ ପତ୍ନୀ ମିଲି ଦାସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।

Advertisment

ଟ୍ରଲି ବ୍ୟାଗରୁ ମୃତଦେହ ବାହାରିବା ପରେ ମନୋରଞ୍ଜନଙ୍କ ମୁଣ୍ଡରେ ଏକ କ୍ଷତ ଚିହ୍ନ ଥିବା ବେଳେ ତାହାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ମଧ୍ୟ ଦାଗ ଥିବା ପୁଲିସ ସୂଚନା ଦେଇଥିଲା । ତେବେ ଉକ୍ତ କ୍ଷତ ଚିହ୍ନ ପୁରୁଣା ବୋଲି ପରିବାର ଲୋକେ ଗତକାଲି କହିଥିଲେ।

ଗତକାଲି ମୃତକଙ୍କ ପତ୍ନୀ ଗଣମାଧ୍ୟମକୁ ଦେଇଥିବା ବୟାନରେ ମନୋରଞ୍ଜନ ଗାଡ଼ି ଚଲାଇବା ସହ କମ୍ପାନୀରେ କାମ କରୁଥିବା କହିଥିଲେ। ସେ ସୋଶାଲ ମିଡିଆରେ ଲେଖାଲେଖି କରୁଥିବା ବେଳେ ତାଙ୍କର ବହୁ ସମ୍ପର୍କ ଥିବା ମିଲି କହିଥିଲେ।

DeadBodyଏହି ସୁଟ୍‌କେଶରେ ଥିଲା ମୃତଦେହ

ଗତ ୧୫ ଦିନ ହେବ ସ୍ୱାମୀଙ୍କ ସହ ମିଲି ନିଜ ବଡ଼ ଭଉଣୀଙ୍କ ଘରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ମନୋରଞ୍ଜନ ମିଲିଙ୍କୁ ଟଙ୍କା ଓ ଗାଡ଼ି ମାଗିଥିଲେ। ମାତ୍ର ସେ ଦେଇ ନ ଥିଲେ। ଏହାପରେ ସେ କେଉଁଆଡ଼େ ପଳାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଏକ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ଏହାପରେ ପହଞ୍ଚି ମୃତଦେହ ସ୍ପଷ୍ଟ କରିଥିବା ପରିବାର ଲୋକେ କହିଛନ୍ତି।

ଏପରି ଏକ ଘଟଣାର ତଦନ୍ତ ପାଇଁ ପୁଲିସ୍‌ ୩ ଟି ଟିମ୍‌ ଗଠନ କରିଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଏହା ଉପରେ ନଜର ରଖିଥିଲେ। ତେବେ ମନୋରଞ୍ଜନ ଘର ଛାଡ଼ିବା ପୂର୍ବରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ନେଇ ମିଲି ଗତକାଲି ଗଣମାଧ୍ୟମକୁ କହିଥିବା ବେଳେ ଏହାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଗତକାଲି ସନ୍ଧ୍ୟାରେ ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ଆଜି ଗିରଫ କରିଥିବା ଜଣାଯାଇଛି। ତାଙ୍କ ସହ ଆଉ ୨ ଜଣଙ୍କୁ ବି ପୁଲିସ୍‌ ବାନ୍ଧିଥିବା ଜଣାଯାଇଛି। ସେମାନଙ୍କ ମଦ୍ୟରୁ ଜଣେ ପରିବାର ଲୋକ ହୋଇଥିବା ବେଳେ ଆଉ ଜଣେ ବାହାର ଲୋକ ବୋଲି ଜଣାଯାଇଛି ତେବେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ।

Murder Police Khorda Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe