Advertisment

ବ୍ୟାଙ୍କ ଡିଜିଏମ୍‌, ମ୍ୟାନଜରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ହାତ କାଟିଲେ ମହିଳା କର୍ମଚାରୀ

‘ମୋତେ ଯାହା ନ୍ୟାୟ ମିଳୁ ବା ନମିଳୁ, କିନ୍ତୁ ମୋ ଛୁଅକୁ ବଞ୍ଚାଇ ଦିଅନ୍ତୁ। ସେ ଏବେ ଭୟଭୀତ ଅବସ୍ଥାରେ ରହିଛି’

Khurda Central Co-Operative Bank

Khurda Central Co-Operative Bank

Advertisment

ମହିଳା ବ୍ୟାଙ୍କର ମହିଳା କର୍ମଚାରୀ ଆଣିଲେ ସାଙ୍ଘାତିକ ଅଭିଯୋଗ। ତାଙ୍କୁ ତାଙ୍କ ବ୍ରାଞ୍ଚର ମ୍ୟାନେଜର, ବ୍ୟାଙ୍କିଂ ଆସିଷ୍ଟାଣ୍ଡ ଓ ଡିଜିଏମ୍‌ ଦେଉଛନ୍ତି ମାନସିକ ଏବଂ ଶାରୀରିକ ନିର୍ଯାତନା। ଅଫିସିଆଲ୍‌ ସମସ୍ୟା ନେଇ ମହିଳା କର୍ମଚାରୀଙ୍କ ଛୋଟ ଝିଅର ହ୍ୱାଟ୍ସଆପ୍‌ରେ ମେସେଜ ପଠାଇ ବ୍ଲାକ୍‌ମେଲ୍‌ କରୁଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଆଜି ମହିଳା କର୍ମଚାରୀ ଜଣକ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏପରି ଅଭିଯୋଗ ଆସିଛି ରାଜଧାନୀଠାରୁ ଅଳ୍ପ ଦୂର ଖୋର୍ଦ୍ଧା ଟାଉନ୍‌ରୁ।

Advertisment

ଖୋର୍ଦ୍ଧା ସମବାୟ ମହିଳା ବ୍ୟାଙ୍କର କର୍ମଚାରୀ ହେଉଛନ୍ତି ରାଜଶ୍ରୀ ଭାରତୀ। ତାଙ୍କୁ ମହିଳା ବ୍ୟାଙ୍କର ମ୍ୟାନେଜର ସଞ୍ଜୟ ପଟ୍ଟନାୟକ, ଡିଜିଏମ୍‌ ସନ୍ଦୀପ ପଟ୍ଟନାୟକ ଓ ବ୍ୟାଙ୍କିଂ ଆସିଷ୍ଟାଣ୍ଡ ନୀହାର ପ୍ରଧାନ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଜାଣିଶୁଣି ତାଙ୍କ ଦେହରେ ଘସି ହେଉଥିଲା। ଅଫିସିଆଲ୍‌ ସମସ୍ୟା ନେଇ ତାଙ୍କ ଛୋଟ ଝିଅଙ୍କ ମୋବାଇଲ୍‌ ହ୍ୱାଟ୍ସଆପ୍‌କୁ ମେସେଜ ପଠାଇ ବ୍ଲାକମେଲ୍‌ କରୁଛନ୍ତି। ଯେଉଁଥିପାଇଁ ସେ ଭୟଭୀତ ଅବସ୍ଥାରେ ରହିଥିବା ଭାରତୀ ଅଭିଯୋଗ କରିଛନ୍ତି।

ଭାରତୀଙ୍କ କହିବା ଅନୁସାରେ ନିର୍ଯାତନା ଅକଥନୀୟ ହେଉଥିବାରୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏପରିକି ଭୁବନେଶ୍ୱରର କୌଣସି ବ୍ରାଞ୍ଚକୁ ବଦଳି ପାଇଁ ପ୍ରେସିଡେଣ୍ଟଙ୍କୁ ଅନୁରୋଧ କରିଥିଲେ। ତାଙ୍କର ସବୁ ଅଭିଯୋଗ ଶୁଣିବା ପରେ ବଦଳି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment

ଶୁକ୍ରବାର ସନ୍ଧ୍ୟାରେ ଶୁଭଶ୍ରୀ ଭାରତୀଙ୍କ ହ୍ୱାଟ୍ସଆପ୍‌କୁ ବଦଳି ଅର୍ଡର ଆସିଥିଲା। ତାଙ୍କୁ ବାଳକାଟି ବ୍ରାଞ୍ଚକୁ ବଦଳି କରାଯାଇଥିଲା। ଶୁଭଶ୍ରୀ ଗଙ୍ଗନଗରରେ ରହୁଥିବାରୁ, ସେଠାରୁ ବାଳକାଟିକୁ ଯିବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ଚିନ୍ତାରେ ପଡ଼ି ଯାଇଥିଲେ। ବାଳକାଟି ଛଡ଼ା ଅନ୍ୟ କୌଣସି ବ୍ରାଞ୍ଚକୁ ବଦଳି ପାଇଁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଆସି ମାଡ଼ାମଙ୍କୁ ଅନୁରୋଧ କରିଥିଲେ। ମାତ୍ର ମାଡ଼ାମ ରାଜି ହୋଇନଥିବା ଶୁଭଶ୍ରୀ କହିଛନ୍ତି।

ମାଡ଼ାମଙ୍କଠାରୁ ନିରାଶ ବାଣୀ ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନିଜ ହାତ କାଟି ଦେଇଥିଲେ। ଟାଉନ୍‌ ଥାନା ପୁଲିସ୍‌ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ପରେ ସେ ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ରାଜଶ୍ରୀ କହିଛନ୍ତି, ବାଳକାଟି ବ୍ରାଞ୍ଚରେ ମୁଁ ଯୋଗଦେବି ନାହିଁ। ଥରେ ହାତ କାଟିଛି। ଆଗକୁ ଆହୁରି ଆଟେମ୍ପ୍ଟ ନେବି। ପ୍ଳିଜ୍‌ ସାଇବର ପୁଲିସ୍‌ ମାଧ୍ୟମରେ ମୋର ଝିଅର ହ୍ୱାଟ୍ସଆପ୍‌ ଚାର୍ଟକୁ ଯାଞ୍ଚ କରାଯାଉ। ତା’ ହ୍ୱାଟ୍ସଆପ୍‌ ସବୁ ଚାର୍ଟ ରହିଛି। ତା’ପରେ ସବୁ ଜଣାପଡ଼ିବ। ମୋତେ ଯାହା ନ୍ୟାୟ ମିଳୁ ବା ନମିଳୁ, କିନ୍ତୁ ମୋ ଛୁଅକୁ ବଞ୍ଚାଇ ଦିଅନ୍ତୁ। ସେ ଏବେ ଭୟଭୀତ ଅବସ୍ଥାରେ ରହିଛି ବୋଲି ରାଜଶ୍ରୀ ଭାରତୀ କହିଛନ୍ତି।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସିଇଓ ବନଶ୍ରୀ ମଲ୍ଲିକ କହିଛନ୍ତି, ଦୁଇ ମାସ ହେଲା ନିଯୁକ୍ତି ପାଇଛି। ଅଭିଯୋଗ ନେଇ ମୋ ପାଖରେ କିଛି ତଥ୍ୟ ନାହିଁ। ଆଜି ସକାଳେ ସେ ମୋ ପାଖକୁ ଆସିଥିଲେ। ତାଙ୍କର ଯେଉଁ ସ୍ଥାନକୁ ବଦଳି ହୋଇଛି, ସେଠାକୁ ସେ ଯିବା ପାଇଁ ମନା କରୁଛନ୍ତି। ବଦଳିକୁ ରଦ୍ଦ କରିବାକୁ କହିଥିଲେ। ଏତେ ଶୀଘ୍ର ବଦଳି ରଦ୍ଦ ହେବନି ବୋଲି କହିଥିଲି। ତାଙ୍କୁ ଆମେ ବହୁତ ବଝାଇଥିଲି। ତାଙ୍କ ଅଭିଯୋଗ ନେଇ ପୁଲିସ୍‌କୁ ଜଣାଇ ଦେଇଛୁ। ପୁଲିସ ଯାହା କାର୍ଯ୍ୟାନୁଷ୍ଠାନ ନେବ ବୋଲି ସିଇଓ ବନଶ୍ରୀ ମଲ୍ଲିକ କକହିଛନ୍ତି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe