several vehicles were set ablaze
ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା। ବେଗୁନିଆ ଥାନା ଦେଉଳି ଗାଁରେ ଏହି ଅଘଟଣ ଘଟିବା ପରେ ୨ଟି ଗାଡ଼ି ଜାଳିବା ସହ ଗୋଟିଏ ଘର ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ। ଉତ୍ତେଜନାକୁ ଦେଖି ଗାଁରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି।
ମୃତକ ଗ୍ରାମର ହରି ବଳିଆର ସିଂହଙ୍କ ପୁଅ ପ୍ରଦିପ ବଳିଆରସିଂହ। ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଗ୍ରାମର କିଛି ଲୋକ ତାଙ୍କୁ ଉଠାଇ ନେଇ ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ପ୍ରଦିପଙ୍କ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ହୋଇ ପଡ଼ିଥିବା ପ୍ରଦିପଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
ସେପଟେ ଏହି ଖବର ପାଇବା ପରେ ଦେଉଳି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗାଁରେ ପୋଡା ଜଳା ସାଙ୍ଗକୁ ଭଙ୍ଗାରୁଜା ଆରମ୍ଭ ହୋଇଯାଇଛି। ମୃତକଙ୍କ ସମର୍ଥକମାନେ ଉତ୍ତଜିତ ହୋଇ ପ୍ରତିପକ୍ଷର ଗୋଟିଏ ଲେଖାଏଁ କାର ଓ ଟାଟା ଏସିରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ବହୁ ଗାଡି ଭଙ୍ଗାରୁଜା କରିଛନ୍ତି। ଖବର ପାଇ ବେଗୁନିଆ ଏବଂ ବାଘମାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ସ୍ଥିତି ଅଣାୟତ ଥିବା ଜଣାପଡ଼ିଛି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us