ରାଜ୍ୟର ୭ଟି ସହରରେ ବଢ଼ିବାରେ ଲାଗିଛି ପ୍ରଦୂଷଣ ମାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି । ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି ଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର  ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ […]

air

Niharika Rout
  • Published: Wednesday, 24 February 2021
  • , Updated: 24 February 2021, 08:14 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି । ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି ଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର  ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଏହି ୭ଟି ସହରର ବାୟୁମଣ୍ଡଳରେ PM10 ଓ PM25ର ମାତ୍ରା ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି । ଏହିସବୁ ସହରରେ ଅଧିକ ସଂଖ୍ୟକ ଯାନବାହନ ଚଳାଚଳ କରିବା ସହ   ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଏହାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ବିଭାଗର ସମନ୍ୱୟରେ କାର୍ଯ୍ୟ କରୁଥିବା କହିଥିଲେ ପରିବେଶ ମନ୍ତ୍ରୀ ।

ଏନେଇ ଜଣେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଆସ୍ତେଆସ୍ତେ ପ୍ରଦୂଷଣର ଉତ୍ସ ବୃଦ୍ଧି ପାଉଥିବାରୁ ଏହାର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଆଗାମୀ ଦିନରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏୟାର କ୍ୱାଲିଟିର ମାନ ବୃଦ୍ଧି କରିବାକୁ ହେବ । ଯେଉଁମାନେ ପ୍ରଦୂଷଣ ସୃଷ୍ଟିକାରୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହେବା ଉଚିତ।

Related story