Advertisment

ପେପରଲେସ୍ ହେବ ସବୁ ଆରଟିଓ ଅଫିସ୍‌, ମୋବାଇଲ ଆପ୍‌ରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପେପରଲେସ୍ ହେବ। ଏହାସହିତ ମୋବାଇଲ୍ ଆପ୍ ମାଧ୍ୟମରେ ଏଣିକି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ମିଳିବ। ପରିବହନ ବିଭାଗର ଏଭଳି ପ୍ରୟାସ ଯୋଗୁ ବର୍ଷକୁ ଏକ ହଜାର ଗଛକୁ ସୁରକ୍ଷା ମିଳିବା ସହ ପ୍ରାୟ ୧କୋଟି ପେପର ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପରିବହନ ପ୍ରାଧିକରଣର ୯ଟି ଅନଲାଇନ୍ ସେବାକୁ ଉଦଘାଟନ କରିବା ସହ ଫାଇଭ-ଟି ପ୍ରୟାସ ଯୋଗୁ […]

ଅଦ୍ୟତନ ହୋଇଛି
ପେପରଲେସ୍ ହେବ ସବୁ ଆରଟିଓ ଅଫିସ୍‌, ମୋବାଇଲ ଆପ୍‌ରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

RTOBHUBANESWAR

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପେପରଲେସ୍ ହେବ। ଏହାସହିତ ମୋବାଇଲ୍ ଆପ୍ ମାଧ୍ୟମରେ ଏଣିକି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ମିଳିବ। ପରିବହନ ବିଭାଗର ଏଭଳି ପ୍ରୟାସ ଯୋଗୁ ବର୍ଷକୁ ଏକ ହଜାର ଗଛକୁ ସୁରକ୍ଷା ମିଳିବା ସହ ପ୍ରାୟ ୧କୋଟି ପେପର ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଜଣାପଡ଼ିଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପରିବହନ ପ୍ରାଧିକରଣର ୯ଟି ଅନଲାଇନ୍ ସେବାକୁ ଉଦଘାଟନ କରିବା ସହ ଫାଇଭ-ଟି ପ୍ରୟାସ ଯୋଗୁ ରାଜ୍ୟବାସୀଙ୍କୁ ଘରେ ବସି ଅନଲାଇନରେ ଏହି ସୁବିଧା ମିଳିପାରିବ ବୋଲି କହିଛନ୍ତି। ଗାଡ଼ି ପଞ୍ଜିକରଣଠୁ ଆରମ୍ଭ କରି ଗାଡ଼ି ମାଲିକାନା ପରିବର୍ତ୍ତନ ଓ ମୋବାଇଲ ଆପରେ ଲର୍ଣ୍ଣିଂ ଲାଇସେନ୍ସ ଭଳି ୯ଟି ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି କହିଛନ୍ତି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ମୋବାଇଲ ଆପ୍ ଜାରି କରିଛି। ଏହି ଆପ୍ ମଧ୍ୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନର ମୋବାଇଲ୍ ଆପ୍ ପ୍ଲାଟଫର୍ମ ‘ଉମଙ୍ଗ’ରେ ଉପଲବ୍ଧ ହେବ। ଏଭଳି ପଦକ୍ଷେପ ଯୋଗୁ ଲୋକଙ୍କ ମଧ୍ୟରେ ବଡ଼ ଆଶା ସଂଚାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରିବହନ ବିଭାଗର ଯେଉଁସବୁ ଅନଲାଇନ ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି ସେଥିରେ କାଗଜବିହୀନ ଗାଡ଼ି ପଞ୍ଜିକରଣ ବ୍ୟବସ୍ଥା ରହିଛି। ଡିଲରଙ୍କୁ ଏଣିକି ଆରଟିଓ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଗ୍ରାହକ ଚାହିଁଲେ ରାଜ୍ୟର ଯେକୌଣସି ଆରଟିଓରେ ନିଜର ଗାଡ଼ି ପଞ୍ଜିକରଣ କରିପାରିବେ। କଣ୍ଟ୍ରାକ୍ଟ କ୍ୟାରେଜ ପରମିଟ ଓ ମାଲବାହୀ ପରମିଟ ସ୍ୱତଃ ଅନୁମୋଦନ, ଆନ୍ତଃରାଜ୍ୟ ଓ ଆଂଚଳିକ ବସ ଚଳାଚଳ ପାଇଁ ସ୍ୱତଃ ପରମିଟ୍ , ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ପରମିଟ୍ , ଉମଙ୍ଗ ଆପରେ ଲର୍ଣ୍ଣିଂ ଲାଇସେନ୍ସ, ଯେକୌଣସି ଆରଟିଓରେ ପଞ୍ଜିକରଣ ନବୀକରଣ ଓ ରାଜ୍ୟର ଯେକୌଣସି ଆରଟିଓରେ ଗାଡ଼ିର ମାଲିକାନା ଟ୍ରାନ୍ସଫର ଭଳି ସୁବିଧା ଅନଲାଇନରେ ଉପଲବ୍ଧ ହେବ। ଫାଇଭ-ଟି କାର୍ଯ୍ୟକ୍ରମରେ ଜନକେନ୍ଦ୍ରିକ ସେବା ଯୋଗାଇ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଆଜିର ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପରିବହନ ସଚିବ ମଧୁସୂଦନ ପାଢ଼ୀ, ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ଏନଆଇସି ଡିଜି ନୀତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe