ଅପରାଜିତା କହିଲେ, ‘ଲୋକଙ୍କୁ ଭୁଆଁ ବୁଲାଇବା ଛାଡ଼ି ପାଠ ପଢ଼ନ୍ତୁ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବାଇ ଲ ସଂପର୍କରେ କିପରି କିଛି ଜାଣିପାରିଲେନି ରାଜ୍ୟ ସରକାର । ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା ନ କରି ପାଠ ପଢ଼ି କଥା ହୁଅନ୍ତୁ । ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ଦେଖାଇଛନ୍ତି ସାଂସଦ । ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି […]

aaaa

aaaa

Niharika Rout
  • Published: Tuesday, 16 February 2021
  • Updated: 16 February 2021, 02:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବାଇ ଲ ସଂପର୍କରେ କିପରି କିଛି ଜାଣିପାରିଲେନି ରାଜ୍ୟ ସରକାର । ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା ନ କରି ପାଠ ପଢ଼ି କଥା ହୁଅନ୍ତୁ । ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ଦେଖାଇଛନ୍ତି ସାଂସଦ ।

୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା ସେ ଦର୍ଶାଇଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଜଣାପଡୁଛି ବୋଲି ଅପରାଜିତା କହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

AMSAR ଆକ୍ଟ ୧୯୫୮ର  ଧାରା ଅନୁସାରେ ବାଇ ଲ ପର୍ଯ୍ୟବେଷିତ ହୋଇଛି। ସେହି ଅନୁସାରେ ରାଜ୍ୟରେ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ । ୨୦୧୪ରୁ ଏହି ବ୍ୟବସ୍ଥା ଅଛି । ଅପରାଜିତା ଷଡ଼ଙ୍ଗୀ ଗତକାଲି ମଧ୍ୟ ପ୍ରଶ୍ନ କରିଥିଲେ, AMSAR ଆକ୍ଟ ୧୯୫୮ ଅନୁସାରେ ୨୦୧୪ରୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରାଧିକୃତ ଅଧିକାରୀ କରାଯାଇଥିବା ବେଳେ ବାଇ ଲ ସଂପର୍କରେ କେମିତି ଜାଣିନଥିଲେ ରାଜ୍ୟ ସରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos