aaaa
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): NMA ବାଇ-ଲ ର ନୂଆ ତଥ୍ୟ ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବାଇ ଲ ସଂପର୍କରେ କିପରି କିଛି ଜାଣିପାରିଲେନି ରାଜ୍ୟ ସରକାର । ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା ନ କରି ପାଠ ପଢ଼ି କଥା ହୁଅନ୍ତୁ । ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ଦେଖାଇଛନ୍ତି ସାଂସଦ ।
୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା ସେ ଦର୍ଶାଇଛନ୍ତି । ଏଥିରୁ ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଜଣାପଡୁଛି ବୋଲି ଅପରାଜିତା କହିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
AMSAR ଆକ୍ଟ ୧୯୫୮ର ଧାରା ଅନୁସାରେ ବାଇ ଲ ପର୍ଯ୍ୟବେଷିତ ହୋଇଛି। ସେହି ଅନୁସାରେ ରାଜ୍ୟରେ ପ୍ରାଧିକୃତ ଅଧିକାରୀ ହେଉଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ । ୨୦୧୪ରୁ ଏହି ବ୍ୟବସ୍ଥା ଅଛି । ଅପରାଜିତା ଷଡ଼ଙ୍ଗୀ ଗତକାଲି ମଧ୍ୟ ପ୍ରଶ୍ନ କରିଥିଲେ, AMSAR ଆକ୍ଟ ୧୯୫୮ ଅନୁସାରେ ୨୦୧୪ରୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପ୍ରାଧିକୃତ ଅଧିକାରୀ କରାଯାଇଥିବା ବେଳେ ବାଇ ଲ ସଂପର୍କରେ କେମିତି ଜାଣିନଥିଲେ ରାଜ୍ୟ ସରକାର ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/aaaa-1.jpg)