Advertisment

କୋର୍ଟକୁ ଆସିଲେନି ଶ୍ରଦ୍ଧାଞ୍ଜଳି, ୭ରେ ସମସ୍ତଙ୍କୁ ହାଜର ନିର୍ଦ୍ଦେଶ

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହୋଇ ନ ଥିଲେ।

ଅଦ୍ୟତନ ହୋଇଛି
Sradhanjali

Sradhanjali

Advertisment

ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ଆଜି ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଥିଲେ ହେଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ କୋର୍ଟରେ ହାଜର ହୋଇ ନ ଥିଲେ। ତାଙ୍କ ପକ୍ଷରୁ ଓକିଲ ଏ ନେଇ କୋର୍ଟଙ୍କୁ ଜଣାଇଥିଲେ। ଓକିଲଙ୍କ ଆବେଦନର ବିଚାର କରି ଆସନ୍ତା ୭ ତାରିଖରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଶ୍ରଦ୍ଧାଞ୍ଜଳି ହାଜର ନ ହେବା ପଛରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ)ର ଗିରଫଦାରୀ ଭୟ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଞ୍ଜଳିଙ୍କ ପକ୍ଷରୁ ଦୁଇଜଣ ଓକିଲ କୋର୍ଟରେ ଲଢ଼ିବା ପାଇଁ ଓକିଲାତି ନାମା ଦାଖଲ କରିଛନ୍ତି। ଯାହାକୁ ବିଚାର କରି କେଉଁ ଓକିଲ ଏହି ମାମଲା ଲଢ଼ିବେ ସ୍ପଷ୍ଟ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ ହୋଇଛି।

ସେପଟେ ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ଜଗବନ୍ଧୁ, ଖଗେଶ୍ୱରଙ୍କୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆସନ୍ତା ୭ ତାରିଖରେ କୋର୍ଟରେ ହାଜିର ହେବାକୁ ମଧ୍ୟ ଆଜି ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅନ୍ୟପଟେ ଆଜି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ର ଜିଲ୍ଲାଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ସେହିପରି ଖଗେଶ୍ୱରଙ୍କ ସମ୍ପତ୍ତି କାହିଁକି ବାଜ୍ୟାପ୍ତି କରା ଯିବନି ସେନେଇ ଆଜି ତାଙ୍କ ଓକିଲ ଉତ୍ତର ରଖିଥିଲେ।

ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ଚତୁର୍ଥ ଅଭିଯୁକ୍ତ। ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ ବିଭୂତି ଚୌଧୁରୀ କହିଛନ୍ତି, ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ କେଉଁ ଅଭିଯୋଗ ଲାଗିଛି ସେନେଇ ଜାଣିବା ପାଇଁ ଗତ ୧୩ ତାରିଖରେ ଓକିଲାତି ନାମା ଦାଖଲ କରାଯାଇଥିଲା। ମାମଲାର ପୂରା ସୂଚନା ପାଇବା ନିମନ୍ତେ କୋର୍ଟରେ ଆବେଦନ କରାଯାଇଥିଲା। ଯାହା ମିଳିନି। କୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି। ତେଣୁ ଆଜି ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ କେଉଁ ଅଭିଯୋଗ ଲାଗିଛି ଏଥିରୁ ଜଣାପଡ଼ିବ। ଏହାକୁ ଭିତ୍ତି କରି କୋର୍ଟରେ ଆବଶ୍ୟକ ତଥ୍ୟ ଓ ଯୁକ୍ତି ଉପସ୍ଥାପିତ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ଖଗେଶ୍ୱରଙ୍କ ଓକିଲ ଅଭିରାମ ପାତ୍ର କହିଛନ୍ତି, ସମ୍ପତ୍ତି ବାଜ୍ୟାପ୍ତି ନେଇ ଇଡ଼ି କରିଥିବା ନୋଟିସ୍‌ ବିରୋଧରେ ଆଜି କୋର୍ଟରେ ୪୫୦ ପିଟିସନ୍ ଦାଖଲ ହୋଇଛି। ଆସନ୍ତା ୨ ତାରିଖରେ ଇଡି କୋର୍ଟରେ ଏହାର ପକ୍ଷ ରଖିବ। ଖଗେଶ୍ୱରଙ୍କ ବିରୋଧରେ ଏହି ମାମଲାରେ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ନାହିଁ।

Crime Honeytrap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe