/odisha-reporter/media/post_attachments/uploads/2021/02/aaaa-2.jpg)
aaaa
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ । ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ । ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ ।
କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ସ୍ଥାନ ପାଇପାରେ । NMA ବାଇ-ଲକୁ ନେଇ ଦେଖାଦେଇଥିବା ବିବାଦର ପ୍ରକୃତ ତଥ୍ୟ ଗୃହରେ ରଖିବ ଦଳ ।
କଂଗ୍ରେସ ବି ଉଭୟ ବିଜେପି ଓ ଶାସକ ବିଜେଡିକୁ ଘେରିବାକୁ ପ୍ରସ୍ତୁତ କରିଛି ରଣନୀତି । ଦୁର୍ବଳ ନେତୃତ୍ୱ ପାଇଁ ଆନ୍ଧ୍ର ଓଡ଼ିଶାର ଜମିକୁ କବଜା କରିବାକୁ ଚେଷ୍ଟା ଚଳାଇଥିବା ବେଳେ, ପଶ୍ଚିମବଙ୍ଗ ବାଲି ଓ ଛତିଶଗଡ ପାଣି ନେଉଥିବା କଥା ଉଠାଇବ ଦଳ । ଏହାବାଦ୍ ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା, ବେକାରୀ, ପାନୀୟ ଜଳ ସମସ୍ୟା ଓ ଆଞ୍ଚଳିକ ବୈଷମ୍ୟ କଥା ଉଠାଇବ କଂଗ୍ରେସ୍ । ସେହିପରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧିକୁ ବି ପ୍ରମୁଖ ପ୍ରସଙ୍ଗ କରିବାକୁ ଯାଉଛି ଦଳ। ସେପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କ ସବୁ ପ୍ରସଙ୍ଗର ମୁକାବିଲା କରିବାକୁ ପ୍ରସ୍ତୁତ କରିଛି ରଣନୀତି ।
୨୭ରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ପର୍ଯ୍ୟାୟ ଚାଲିବ । ଗୃହ କାର୍ଯ୍ୟ ପୂର୍ବାହ୍ନ ୧୦ଟା ୩୦ରୁ ଦେଢଟା ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଦିନମାନଙ୍କରେ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଅଧିବେଶନ ଚାଲିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
