Advertisment

ଆହୁରି କଡ଼ାକଡ଼ି ହେବ କଟକଣା, ସୂଚନା ଦେଲେ ବିଏମସି କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି, ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ଏବେ ଭୁବନେଶ୍ୱରକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନର ସ୍ଥିତି ଯାହା […]

ରାଜଧାନୀରେ ବଢ଼ୁଛନ୍ତି କରୋନା ସଂକ୍ରମଣ, ସବୁ କଲେଜ ଖାଲି ପାଇଁ ନିର୍ଦ୍ଦେଶ

BMC-Commissioner

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି, ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ।

Advertisment

ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ଏବେ ଭୁବନେଶ୍ୱରକୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏସଆରସିଙ୍କ ଗାଇଡଲାଇନକୁ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନର ସ୍ଥିତି ଯାହା ଅଛି, ତାକୁ ଆଖି ଆଖିରେ ରଖି କଟକଣାକୁ ଆହୁରି କଠୋର କରାଯିବ।

ବିଏମସି କମିଶନର କହିଛନ୍ତି, ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଯେଉଁ ଲୋକମାନେ ଆସୁଛନ୍ତି, ତାହା ଉପରେ ଆମେ ନଜର ରଖିଛୁ। ବିଶେଷକରି ଆମେ ଲୋକମାନଙ୍କୁ ଅଧିକ ସଚେତନ କରାଇବା ପାଇଁ ଗୁରୁତ୍ୱ ଦେଉଛୁ।

Advertisment

ଟିକାକରଣକୁ ନେଇ କମିଶନର କହିଛନ୍ତି, ଏପ୍ରିଲ୍ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଆମେ ଲୋକଙ୍କୁ ଅନୁରୋଧ କରିବୁ। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ୍ ରିପୋର୍ଟ ଆଣିବା ପାଇଁ ନିର୍ଦ୍ଦେଶ ଜାରି ହେବ। ବାହାରୁ ଆସୁଥିଲେ ସାଥିରେ ତିନିଦିନର ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯିବ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧାରୁ ୩୨ ଓ କଟକରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe