Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ଟେଣ୍ଟ ହାଉସର ଲୋକେମାନେ ସ୍କୁଲ ପରିସରରେ ଥିବା ସ୍ଲାଇଡର ଉପରେ ଦେଇ ତାର ଟାଣି ବିଦ୍ୟୁତ ସଂଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Boy dead

Boy dead

Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖରିବାନ୍ଧ ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ଶଙ୍କର ସ୍ୱାଇଁ। ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଗତକାଲି ଖରିବାନ୍ଧ ଗାଁରେ ଏକ ବିବାହ ଭୋଜି ଚାଲିଥିଲା। ଭୋଜି ଏକ ସ୍କୁଲରେ ନିକଟରେ ହେଉଥିଲା। ଟେଣ୍ଟ ହାଉସର ଲୋକେମାନେ ସ୍କୁଲ ପରିସରରେ ଥିବା ସ୍ଲାଇଡର ଉପରେ ଦେଇ ତାର ଟାଣି ଭୋଜିରେ ବିଦ୍ୟୁତ ସଂଯୋଗ କରିଥିଲେ। ଶଙ୍କର ସନ୍ଧ୍ୟା ସମୟରେ ସାଙ୍ଗମାନଙ୍କ ସହ ସ୍କୁଲ ପରିସରରେ ଖେଳୁଥିଲେ। ଏହି ସମୟରେ ସେ ସ୍ଲାଇଡର ଉପରେ ଦେଇ ଟଣା ଯାଇଥିବା ତାର ସଂସ୍ପର୍ଶରେ ଆସିଯାଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଶଙ୍କରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଗତକାଲି ରବିବାର ଥିବା ସତ୍ତ୍ୱେ ସ୍କୁଲ୍ ଗେଟ୍ କିଏ ଖୋଲିଲା, କିଏ ସ୍କୁଲ ପରିସରରେ ଥିବା ସ୍ଲାଇଡର ଉପରେ ତାର ଟାଣିବାକୁ ଟେଣ୍ଟ ହାଉସ କର୍ମଚାରୀଙ୍କୁ ଅନୁମତି ଦେଲା- ସିଆରସିସି ଏସବୁର ତଦନ୍ତ କରୁଛନ୍ତି।

Boy Dead Electric Shock
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe