ଭାଇ ମୋତେ ଏଠାରୁ ନେଇ ଯାଅ, ସେମାନେ ବହୁତ କଷ୍ଟ ଦେଉଛନ୍ତି....

ବାଣପୁର (ଓଡ଼ିଶା ରିପୋର୍ଟର): ‘ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ । ମୁଁ ଏଠି ରହିପାରିବିନି। ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି।’ ଏହା ହେଉଛି ଜଣେ ନାବାଳିକା ଝିଅର ଆକୁଳ ନିବେଦନ। ଅପହରଣକାରୀମାନେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିର୍ଯାତନା ଦେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସ୍ପର୍ଷକାତର ଭିଡିଓ। ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁ ଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ […]

7nm

7nm

Tapas Behera
  • Published: Tuesday, 06 April 2021
  • Updated: 06 April 2021, 02:27 PM IST

Sports

Latest News

ବାଣପୁର (ଓଡ଼ିଶା ରିପୋର୍ଟର): 'ଭାଇ ମୋତେ ଏଠାରୁ ନେଇ ଯାଅ। ମୋତେ ବଞ୍ଚାଅ । ମୁଁ ଏଠି ରହିପାରିବିନି। ସେମାନେ ମୋତେ ବହୁତ କଷ୍ଟ ଦେଉଛନ୍ତି।' ଏହା ହେଉଛି ଜଣେ ନାବାଳିକା ଝିଅର ଆକୁଳ ନିବେଦନ। ଅପହରଣକାରୀମାନେ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନିର୍ଯାତନା ଦେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏମିତି ଏକ ସ୍ପର୍ଷକାତର ଭିଡିଓ। ଉକ୍ତ ଭିଡିଓରେ ନାବାଳିକା ଜଣକ ନିର୍ଯାତନାର କରୁଣ କାହାଣୀ ବଖାଣୁ ଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଆସିଛି। ନାବାଳିକାକୁ ରଖାଯାଇଥିବା ସ୍ଥାନକୁ ଚିହ୍ନଟ କରାଯାଇଥିବା ବେଳେ ଖୁବ‌ଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳର ସୁକାନ୍ତି ବେହେରାଙ୍କ ଝିଅ ଗତ ଫେବୃଆରୀ ୪ ତାରିଖରେ ଟ୍ୟୁସନ ଯାଇ ଆଉ ଫେରି ନଥିଲେ।

ପରିବାର ଲୋକେ ଖୋଜାଖୋଜି ପରେ ନପାଇବାରୁ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ତେବେ ନିଖୋଜ ମାମଲାର ପ୍ରାୟ ୨ ମାସ ପରେ ୩ ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ନିଖୋଜ ନାବାଳିକା ଜଣକ ତାଙ୍କୁ ଅପହରଣ କରାଯାଇ ରଖାଯାଇଥିବା କହିବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।

ଏ ସମ୍ପର୍କରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ‌ କହିଛନ୍ତି, ଉକ୍ତ ନାବାଳିକା ରହିଥିବା ସ୍ଥାନ ଉତ୍ତରପ୍ରଦେଶର ଆହ୍ଲାବାଦର ବୋଲି ଚିହ୍ନଟ ହୋଇଛି। ଖୁବ୍‌ଶୀଘ୍ର ପୁଲିସର ଏକ ଟିମ୍‌ ଯାଇ ତାଙ୍କୁ ଉଦ୍ଧାର କରିବ।
https://youtu.be/goRXCnSQQ7Y

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story