Advertisment

ଗାଡ଼ି ଯାଞ୍ଚ ବେଳେ ବାହାରିଲା ୪୦ ଲକ୍ଷର ବ୍ରାଉନ୍‌ସୁଗର

ଯାଞ୍ଚ ବେଳେ ଗାଡିରୁ ୪୦୦ ଗ୍ରାମର ବ୍ରାଉନସୁଗର ସହିତ ନଗଦ ୨୬ ହଜାର ଟଙ୍କା ବାହାରିଲା

author-image
Niranjan Mishra
ଅଦ୍ୟତନ ହୋଇଛି
2 arrested

2 arrested

ଖୋର୍ଦ୍ଧାରୁ ଜବତ ହେଲା ୪୦ ଲକ୍ଷ ଟଙ୍କା ମୂଲ୍ୟର ଧଳା ଜହର। ଏହି ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିବା ସହ ସେମାନେ ଯାଉଥିବା ଏକ ବୋଲେରୋକୁ ଜବତ କରିଛି ପୁଲିସ। ଅଭିଯୁକ୍ତମାନେ ବିହାରରୁ ବ୍ରାଉନ୍‌ସୁଗାର ନେଇ ଯାଉଥିବା ବେଳେ ଖୋର୍ଦ୍ଧା ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଧରାପଡ଼ିଛନ୍ତି।

Advertisment

ଏସମ୍ପର୍କିରେ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ଅଭିଯୁକ୍ତମାନେ ବିହାରରୁ ବ୍ରାଉନସୁଗାର ଖୋର୍ଦ୍ଧା ଆସୁଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୁଲିସ ଗଡହଳଦିଆ ନିକଟ ଏକ ପେଟ୍ରୋଲ ପମ୍ପ ପାଖରେ ବୋଲେରୋ ଗାଡିକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡିରୁ ୪୦୦ ଗ୍ରାମର ବ୍ରାଉନସୁଗାର ସହିତ ନଗଦ ୨୬ ହଜାର ଟଙ୍କା ବାହାରିଥିଲା।

ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଖୋର୍ଦ୍ଧା ରାଧାବଲ୍ଲଭ ସାହିର ସନ୍ଦିପ ମହାନ୍ତି ଏବଂ ଢେଙ୍କାନାଳ ସଦରଥାନା ଅଞ୍ଚଳର ଗଣେଶ୍ଵର ବେହେରା। ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାର ଅଧିକ ତଦନ୍ତ ହେବ ବୋଲି ସେ କହିଛନ୍ତି।

Advertisment
Brown Sugar