ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ, ଏଥର ରହିବ ପ୍ରଶ୍ନକାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ । ଏଥିସହ ଚଳିତ ଥର  ପ୍ରଶ୍ନକାଳ ରହିବ । ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।  ମୁଲତବି ଆଲୋଚନା ଅବଧି […]

bbb

Niharika Rout
  • Published: Wednesday, 17 February 2021
  • , Updated: 17 February 2021, 01:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ । ଏଥିସହ ଚଳିତ ଥର  ପ୍ରଶ୍ନକାଳ ରହିବ ।

ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।  ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

କୋଭିଡ୍ କଟକଣା ଭିତରେ ବିଧାନସଭାର ବଜେଟ ଅଧିବେଶନ ବସୁଥିବାରୁ କେମିତି ହେବ ବ୍ୟବସ୍ଥା ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରୀଙ୍କୁ ଘେରିବାକୁ ବିରୋଧି ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ଅଭୟ । ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ଭିତରେ ଗୁଇନ୍ଦା ବିଭାଗର କର୍ମଚାରୀ ସାଧା ପୋଷାକଧାରୀ ମୁତୟନ ହେବେ ।  ସେହିପରି ବାହାରେ ଦୁଇଟି ଥାକରେ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯିବ । ଏଥିସହ ଅଧିବେଶନ ବେଳେ ଲୋୟର ପିଏମଜି ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି । ଗତ ଅଧିବେଶନରେ ଦାବି ପୂରଣ ପାଇଁ ଅନେକ ଆତ୍ମଦାହ ଉଦ୍ୟମ ହୋଇଥିବାରୁ ଏହାକୁ ଏଡାଇବା ପାଇଁ ପୁଲିସ୍‌ ପକ୍ଷରୁ ନଜର ରଖାଯିବ ।

[caption id="attachment_620049" align="aligncenter" width="650"] ପୁଲିସ୍‌ ଡିଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।[/caption]

ଯେଉଁମାନଙ୍କର କିଛି ଆପତ୍ତି ଅଭିଯୋଗ ଅଛି, ଅଭିଯୋଗ ପ୍ରକୋଷ୍ଠକୁ ଯାଆନ୍ତୁ। ଏମିତି ବେଆଇନ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଲେ ବରିଷ୍ଠ ଅଧିକାରୀ।

Related story