Advertisment

ବିଧାୟକଙ୍କ ଉପସ୍ଥିତିରେ ତ୍ରିବାର ସତ୍ୟ କଲେ ସମିତିସଭ୍ୟ, କହିଲେ...

ଖୋର୍ଦ୍ଧା(ବଳରାମ ଲେଙ୍କା): ‘ମହାପ୍ରଭୁ ଆମେ ତ୍ରିବାର ସତ୍ୟ କଲୁ। ପ୍ରତିଜ୍ଞା କଲୁ । ଏହି ପ୍ରାର୍ଥୀଙ୍କୁ ଚେୟାରମ୍ୟାନ ଭାବେ ଭୋଟ ଦେବୁ।’ ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ  ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସମିତିସଭ୍ୟମାନେ ଏଭଳି ଶପଥ ପାଠ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆଜି ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ଥିବା ବେଳେ ଏଭଳି ଭିଡିଓକୁ ନେଇ ଗାଁ ରାଜନୀତି ଉଠୁଛି ପଡ଼ୁଛି।  ଭୋଟ୍ ବିଭାଜନ  ଆଶଙ୍କାରେ ସମିତି […]

ବିଧାୟକଙ୍କ ଉପସ୍ଥିତିରେ ତ୍ରିବାର ସତ୍ୟ କଲେ ସମିତିସଭ୍ୟ, କହିଲେ...

mla

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ‘ମହାପ୍ରଭୁ ଆମେ ତ୍ରିବାର ସତ୍ୟ କଲୁ। ପ୍ରତିଜ୍ଞା କଲୁ । ଏହି ପ୍ରାର୍ଥୀଙ୍କୁ ଚେୟାରମ୍ୟାନ ଭାବେ ଭୋଟ ଦେବୁ।’ ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ  ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସମିତିସଭ୍ୟମାନେ ଏଭଳି ଶପଥ ପାଠ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଆଜି ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ଥିବା ବେଳେ ଏଭଳି ଭିଡିଓକୁ ନେଇ ଗାଁ ରାଜନୀତି ଉଠୁଛି ପଡ଼ୁଛି।  ଭୋଟ୍ ବିଭାଜନ  ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଏପରି ଶପଥ  ପାଠ କରାଯାଉଥିବା କୁହାଯାଉଥିବା ବେଳେ ଏହାକୁ କିନ୍ତୁ ସିଧା ସିଧା ଫାଙ୍କି ଦେଇଛନ୍ତି ବିଧାୟକମହାଶୟ।

[caption id="attachment_719787" align="aligncenter" width="650"]khorda- ବିଧାୟକଙ୍କ ଉପସ୍ଥିତିରେ ସମିତି ସଭ୍ୟମାନେ ତ୍ରିବାର ସତ୍ୟ କରୁଛନ୍ତି ।[/caption]

Advertisment

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ସମିତି ସଭ୍ୟମାନେ ଏକ ଶିବ ମନ୍ଦିରରେ ଶିବଙ୍କ ନାଁରେ ଶପଥ ନେଉଛନ୍ତି । ମନ୍ତ୍ରପାଠ ଜରିଆରେ ଦୀପ ଜାଳି ଶପଥପାଠ କରାଉଛନ୍ତି ବ୍ରାହ୍ଣଣ।  ଏଥିରେ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ତ୍ରିବାର ଶପଥ କରୁଛନ୍ତି ଉପସ୍ଥିତ ସମିତିସଭ୍ୟମାନେ ।

[caption id="attachment_719788" align="aligncenter" width="650"]khorda ତ୍ରିବାର ସତ୍ୟ କରୁଛନ୍ତି ସମିତିସଭ୍ୟ ।[/caption]

ହେଲେ ଏହି ଭିଡିଓଟି ପୁରୀ ଲୋକନାଥଙ୍କ ମନ୍ଦିର ପରିସରର ଏବଂ ଏଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ରାଜେନ୍ଦ୍ର ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe