Advertisment

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

ଟାଙ୍ଗୀ ଥାନା ବାଳୁଙ୍ଗାଡିହ ସାହିରେ ବାସ କରନ୍ତି ଦୁର୍ଗା ଚରଣ ପୃଷ୍ଟି ଓ ତାଙ୍କ ପତ୍ନୀ ସତ୍ୟଭାମା ପୃଷ୍ଟି। ବୁଧବାର ଦିନ ମେଡ଼ିକାଲ୍‌ ଯିବେ ବୋଲି କହି ନିଜର ଦୁଇ ଛୁଆଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ।

Khordha

Khordha

Advertisment

ବୁଧବାର ସମ୍ପର୍କୀୟଙ୍କ ଘରେ ଦୁଇ ଛୁଆଙ୍କୁ ଛାଡ଼ିଥିଲେ। ଆଜି ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ। ଏପରି ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।

Advertisment

ଟାଙ୍ଗୀ ଥାନା ବାଳୁଙ୍ଗାଡିହ ସାହିରେ ବାସ କରନ୍ତି ଦୁର୍ଗା ଚରଣ ପୃଷ୍ଟି ଓ ତାଙ୍କ ପତ୍ନୀ ସତ୍ୟଭାମା ପୃଷ୍ଟି। ବୁଧବାର ଦିନ ମେଡ଼ିକାଲ୍‌ ଯିବେ ବୋଲି କହି ନିଜର ଦୁଇ ଛୁଆଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ିଥିଲେ। ହେଲେ ଆଜି ସକାଳେ ପିଲାଙ୍କୁ ଆଣିବାକୁ ଯାଇନଥିଲେ। ଏପରିକି ଘରର କବାଟ ଖୋଲିନଥିଲା। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ। ମାଜିଷ୍ଟ୍ରଟ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।

ଘର ଭିତରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ଖୋର୍ଦ୍ଧାରୁ ବଳାରାମ ଲେଙ୍କା

Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe