Advertisment

ଭଲ ପାଇ ବାହା ହୋଇଥିଲି, କିନ୍ତୁ ୪ ଦିନ ପରେ ସେ ପଳାଇଥିଲେ: ପ୍ରୀତିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୁଷ୍ପଲତାଙ୍କୁ ବହୁତ ଭଲ ପାଉଥିଲି। ସେ ପୂର୍ବରୁ ବିବାହ କରିଥିବା ତଥା ତାଙ୍କର ୨ଟି ଝିଅ ଥିବା ଜାଣି ମଧ୍ୟ ବିବାହ କରିଥିଲି। ହେଲେ ବିବାହର ୪  ଦିନ ପରେ ସେ କାହାକୁ କିଛି ନ କହି କୁଆଡ଼େ ଚାଲିଯାଇଥିଲେ। ତେବେ ସଞ୍ଜୟ ଦାସ ନାମକ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିବା କଥା କିଛି ଜାଣି ନ ଥିଲି। ” ୭ ଦିନର ଖୋଳତାଡ଼ ପରେ ମୁଣ୍ଡବିହୀନ ମୃତଦେହ ପୁଷ୍ପଲତା ରାଉଳ ନାମ୍ନୀ […]

ଅଦ୍ୟତନ ହୋଇଛି
ଭଲ ପାଇ ବାହା ହୋଇଥିଲି, କିନ୍ତୁ ୪ ଦିନ ପରେ ସେ ପଳାଇଥିଲେ: ପ୍ରୀତିରଞ୍ଜନ

MURDER

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ପୁଷ୍ପଲତାଙ୍କୁ ବହୁତ ଭଲ ପାଉଥିଲି। ସେ ପୂର୍ବରୁ ବିବାହ କରିଥିବା ତଥା ତାଙ୍କର ୨ଟି ଝିଅ ଥିବା ଜାଣି ମଧ୍ୟ ବିବାହ କରିଥିଲି। ହେଲେ ବିବାହର ୪  ଦିନ ପରେ ସେ କାହାକୁ କିଛି ନ କହି କୁଆଡ଼େ ଚାଲିଯାଇଥିଲେ। ତେବେ ସଞ୍ଜୟ ଦାସ ନାମକ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିବା କଥା କିଛି ଜାଣି ନ ଥିଲି। ” ୭ ଦିନର ଖୋଳତାଡ଼ ପରେ ମୁଣ୍ଡବିହୀନ ମୃତଦେହ ପୁଷ୍ପଲତା ରାଉଳ ନାମ୍ନୀ ମହିଳାଙ୍କର ବୋଲି ପୁଲିସ୍‌ ସୂଚନା ଦେବା ପରେ ଏପରି କହିଛନ୍ତି ତାଙ୍କ ସ୍ୱାମୀ ପ୍ରୀତିରଞ୍ଜନ।

Advertisment

ସେ କହିଛନ୍ତି, ଆମ ଉଭୟ ପରସ୍ପରକୁ ଖୁବ୍‌ ଭଲ ପାଉଥିଲୁ।  ତେଣୁ ସବୁ ଜାଣି ବି ମାସେ ପୂର୍ବେ ଆମୋଫୋଇରେ ତାଙ୍କୁ ବିବାହ କରିଥିଲି। ହେଲେ ସଞ୍ଜୟ ସହ ସମ୍ପର୍କ ବିଷୟରେ କିଛି ବି ଜାଣି ନ ଥିଲି। ବିବାହର ୪ ଦିନ ପରେ ସେ ଲୁଚିକି ପଳେଇଲେ । ମୁଁ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲି।  ଏନେଇ ଶାଶୁଙ୍କୁ ବି ଜଣାଇଥିଲି। ମୁଁ ସକାଳେ ଡ୍ୟୁଟିକୁ ଯାଇ ରାତିରେ ଫେରୁଥିଲି। ତେଣୁ କିଛି ଖବର ପାଇପାରୁ ନ ଥିଲି। ରାଜଧାନୀରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା କିଛି ବି ଜାଣି ନ ଥିଲି। ଏନେଇ ପୁଷ୍ପଲତାଙ୍କ ସାନ ଭିଣୋଇ ମତେ ଜଣାଇଥିଲେ। ଫେସ୍‌ବୁକ୍‌, ୟୁଟୁବ୍‌ରୁ ଭିଡ଼ିଓ ଦେଖିଲି। ହେଲେ ଭାବି ପାରି  ନ ଥିଲି ଯେ ସେ ମୋ ପୁଷ୍ପା ହୋଇଥିବ।

ପ୍ରୀତିରଞ୍ଜନ ଆହୁରି କହିଛନ୍ତି, ଏହାପରେ ତାଙ୍କ ମା’ଙ୍କୁ  ଫୋନ୍‌ କଲି। ସେ କହିଥିଲେ ସଞ୍ଜୟ ଘରକୁ ଯାଉଛି, ଦେଖିକି ଆସିବି। ଏହାପରେ ସେଠାକୁ ଯାଇ ଘରେ ତାଲା ପଡ଼ିଥିବା କହିଲେ। ପଚରାପଚରି କରିବାରୁ ଗୁରୁବାରଠୁ ତାଲା ପଡ଼ିଥିବା ଜାଣିବାକୁ ପାଇଲେ। ଏହାପରେ ସେହିଦିନ ସନ୍ଧ୍ୟାରେ ଥାନାରେ ଏତଲା ଦେଇଥିଲେ।  ତା’ ପରେ ମୁଁ ବି ଥାନାକୁ ଯାଇ କଥା ହୋଇଥିଲି। ପୁଷ୍ପଲତାଙ୍କ ହତ୍ୟାକାରୀକୁ ଫାଶି ଦିଆଯାଉ ବୋଲି କହିଛନ୍ତି ପ୍ରୀତିରଞ୍ଜନ ପତି।

Advertisment

ସୂଚନାଯୋଗ୍ୟ, ୭ ଦିନର ଖୋଳତାଡ଼ ପରେ ଗତକାଲି ମୃତ ପୁଷ୍ପଲତାଙ୍କ କଟା ମୁଣ୍ଡକୁ ଜବତ କରିଥିଲା କମିଶନରେଟ୍ ପୁଲିସ୍‌। ଏହାପରେ ପ୍ରେସମିଟରେ ହତ୍ୟା ରହସ୍ୟର ଖୁଲାସା କରି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଥୀଙ୍କୁ ଗିରଫ କରାଯାଇଥିବା କହିଥିଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ସିପି କହିଥିଲେ, ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବର୍ଷ। ମଞ୍ଚେଶ୍ୱର ଥାନାର ଧିରିକୁଟି ବସ୍ତିରେ ରହୁଥିଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସଞ୍ଜୟ ଓରଫ୍ ଅଙ୍ଗଦ ଦାସଙ୍କ ସମ୍ପର୍କରେ ଆସିଥିଲେ ପୁଷ୍ପଲତା । ଆଗରୁ ସଞ୍ଜୟ ମୃତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ। ତେଣୁ ଗତ ୬ ‍ବର୍ଷ ହେଲା ଉଭୟେ ଉଭୟଙ୍କୁ ଜାଣିଥିଲେ। ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ  ଘରେ କରି ଏକା ରହୁଥିଲେ। କିନ୍ତୁ ମଝିରେ ମଝିରେ ସଞ୍ଜୟ  ଘରକୁ ଯିବାଆସିବା କରୁଥିଲେ। କିଛି ଦିନ ପୂର୍ବରୁ ପ୍ରୀତିରଂଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ଆମୋଫୋଇରେ ବିବାହ କରିଥିଲେ। ଏହି ବିବାହକୁ ନେଇ ସଞ୍ଜୟ ଓ ପୁଷ୍ପଲତା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ନେଇ ସଞ୍ଜୟ ପ୍ରତିଶୋଧ ପରାୟଣ ହୋଇ  ପୁଷ୍ପଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା।

Headless Body Mystery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe