Advertisment

ଜର୍ଦ୍ଦା ଡବାରେ ଲାଗୁଥିଲା ନାମୀଦାମୀ ଲେବଲ, ଭିତରେ ମାଲ୍‌ କିନ୍ତୁ...

ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବରୁ ବଡ଼ ବଡ଼ ସହରରୁ ନକଲି ସସ୍‌, ଘିଅ, ତେଲ, ଥଣ୍ଡା ପାନୀୟ ଆଦି ଜବତ ହେବା ପରେ ଏବେ ଗ୍ରାମାଭିମୁଖି ହୋଇଛନ୍ତି ନକଲି ସାମଗ୍ରୀ ବ୍ୟବସାୟୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ୨ଟି ସ୍ଥାନରୁ  ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  STF ଟିମ୍ ଓ ବେଗୁନିଆ ପୁଲିସ୍‌ ମିଳିତ ଭାବେ ଦୁଇଟି ସ୍ଥାନରେ ଚଢ଼ାଉ କରି […]

ଅଦ୍ୟତନ ହୋଇଛି
ଜର୍ଦ୍ଦା ଡବାରେ ଲାଗୁଥିଲା ନାମୀଦାମୀ ଲେବଲ, ଭିତରେ ମାଲ୍‌ କିନ୍ତୁ...

khorda-1

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବରୁ ବଡ଼ ବଡ଼ ସହରରୁ ନକଲି ସସ୍‌, ଘିଅ, ତେଲ, ଥଣ୍ଡା ପାନୀୟ ଆଦି ଜବତ ହେବା ପରେ ଏବେ ଗ୍ରାମାଭିମୁଖି ହୋଇଛନ୍ତି ନକଲି ସାମଗ୍ରୀ ବ୍ୟବସାୟୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ୨ଟି ସ୍ଥାନରୁ  ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ ହେବା ସହ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  STF ଟିମ୍ ଓ ବେଗୁନିଆ ପୁଲିସ୍‌ ମିଳିତ ଭାବେ ଦୁଇଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଜର୍ଦ୍ଦା ଜବତ କରିଛନ୍ତି। 

Advertisment

STF ଟିମ୍‌ ଇନ୍ସପେକ୍ଟର ସୁନିତା ପ୍ରଧାନ ଏବଂ ବେଗୁନିଆ ପୁଲିସ୍‌ ମିଳିତ ଭାବେ ପିଚୁକୁଳିଠାରେ ଚଢ଼ାଉ କରି ବେଗୁନିଆ ନୂଆସାହିର ମାନସ ପୃଷ୍ଟି ନାମକ ବ୍ୟକ୍ତିଙ୍କ ଘରୁ ନକଲି ଜର୍ଦ୍ଦା, ଡବା,ଗୋପାଳ, ଲେବୁଲ, ଜର୍ଦ୍ଦା ପଟି ଆଦି ଜବତ କରାଯାଇଛି।

publive-image

ଏହାବ୍ୟତୀତ ପିଚୁକୁଳିର ମନୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି।  ଉଭୟଙ୍କୁ ଆଣି ବେଗୁନିଆ ଥାନାରେ ଅଟକ ରଖିଛି ପୁଲିସ୍‌ । କେବଳ ଖୋର୍ଦ୍ଧା ନୁହେଁ, ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଜବତ ହୋଇଛି ନକଲି ଜର୍ଦ୍ଦା।

Advertisment

publive-image

ଏ ସମ୍ପର୍କରେ ବେଗୁନିଆ ଆଇଆଇସି  ରଶ୍ମିରଞ୍ଜନ ସାହୁ କହିଛନ୍ତି, STF ଭୁବନେଶ୍ୱର ଓ ବେଗୁନିଆ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ମାନସ ପୃଷ୍ଟିଙ୍କ ଘରୁ ନକଲି ଜର୍ଦ୍ଦା, ଡବା,ଗୋପାଳ, ଲେବୁଲ, ଜର୍ଦ୍ଦା ପଟି ଆଦି ଜବତ କରାଯାଇଛି। ମାମଲା ରୁଜୁ କରାଯାଇଛି। ଖାଲି ଡବାରେ ନାମିଦାମୀ କମ୍ପାନୀର ଲେବଲ ଲଗାଇ ସେ ଏହାକୁ ବଜାରକୁ ଛାଡ଼ୁଥିଲେ। ସେହିପରି ପିଚୁକୁଳିର ମନୋଜ କୁମାର ସାହୁଙ୍କ  ଘରୁ ମଧ୍ୟ ବହୁ ନକଲି ଜର୍ଦ୍ଦା ଜବତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe