Advertisment

ଦିନ ଦି’ ପହରରେ ସହରରେ ବୁଲୁଛି ହାତୀ

ଆଜି ଅପରାହ୍ନ ପ୍ରାୟ ଦୁଇଟା ହେବ। ଗାଡ଼ି ମୋଟର ଶବ୍ଦରେ ବ୍ୟସ୍ତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ। ହଠାତ୍‌ ବିଲ ମାଳ ଭିତରୁ ଗୋଟିଏ ଗୋଠ ଛଡ଼ା ଦନ୍ତାହାତୀ ରାଜପଥ ଉପରକୁ ଉଠି ଆସିଥିଲା।

author-image
Manoranjan Sial
Khordha

Khordha

ସହରରେ ବୁଲୁଛି ଦନ୍ତା ହାତୀ। ଦିନ ଦି’ ପହରରେ ଜାତୀୟ ରାଜପଥ ଅତିକ୍ରମ କରି ହାତୀଟି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱ କାଜୁ ଓ ପଟାଶ ଜଙ୍ଗଲକୁ ଆସିଛି। ହାତୀଟି ଜନବସତି ଅଞ୍ଚଳରେ ଥିବାରୁ ବନ ବିଭାଗ ତା’ର ଗତିବିଧି ଉପରେ ନଜର ରଖିଛି।

Advertisment

ଆଜି ଅପରାହ୍ନ ପ୍ରାୟ ଦୁଇଟା ହେବ। ଗାଡ଼ି ମୋଟର ଶବ୍ଦରେ ବ୍ୟସ୍ତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ। ହଠାତ୍‌ ବିଲ ମାଳ ଭିତରୁ ଗୋଟିଏ ଗୋଠ ଛଡ଼ା ଦନ୍ତାହାତୀ ରାଜପଥ ଉପରକୁ ଉଠି ଆସିଥିଲା। ହାତୀକୁ ଦେଖି ଯିଏ ଯେଉଁଠି ପାରିଲା ରାସ୍ତା ଉପରେ ଗାଡ଼ି ଛିଡ଼ା କରିଦେଲା। ଭୟରେ କେହି ଆଗକୁ ମାଡ଼ିଲେ ନାହିଁ। ହାତୀଟି କିଛି ଦୁଷ୍ଟାମୀ ନକରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟକୁ ଚାଲି ଯାଇଥିଲା। ବର୍ତ୍ତମାନ ହାତୀଟି ମେଡ଼ିକାଲ୍‌ ପାର୍ଶ୍ୱରେ ଥିବା କାଜୁ ଓ ପଟାଶ ଜଙ୍ଗଲରେ ଘୂରି ବୁଲୁଛି। ସେହି ଅଞ୍ଚଳଟି ଜନବସତି ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ବନ ବିଭାଗ ଖବର ପାଇଁ ହାତୀର ଗତିବିଧି ଉପରେ ନଜର ରଖିଛି। ହାତୀ ଥିବା ଅଞ୍ଚଳ ଦେଇ କେହି ନଯିବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି। ଦନ୍ତାହାତୀ କେଉଁ ଜଙ୍ଗଲରୁ ଆସିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ଅଭିଯୋଗ ଅନୁସାରେ ହାତୀ ଗୋଠ ଛଡ଼ା ହୋଇଛି। ଏବେ ସେ ତା’ର ସହଯୋଗୀଙ୍କୁ ଖୋଜୁଛି। ରାତି ହେଲେ ଜଙ୍ଗଲକୁ ଫେରିଯିବ। ତେଣୁ ବନ ବିଭାଗ ରାତି ହେବାକୁ ଅପେକ୍ଷା କରିଛି। ଅନ୍ଧାର ହେଲେ ହାତୀକୁ ଘଉଡାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ-ଖୋର୍ଦ୍ଧାରୁ ବଳରାମ ଲେଙ୍କା

Elephant Trafficking Khordha Collector