Advertisment

ଶ୍ରମିକଙ୍କୁ ଶୁଣ୍ଢରେ ଉଠାଇ କଚାଡିଦେଲା ହାତୀ

ଆଗି ଭୋର ସମୟରେ ସତ୍ୟବାଦୀ କୂଅ ଖୋଳିବା ପାଇଁ ୨ଜଣ ଶ୍ରମିକ ସହ ସାଇକେଲ ଯୋଗେ କମାଗୁରୁ ଗାଁକୁ ଆସୁଥିଲେ।

ଅଦ୍ୟତନ ହୋଇଛି
Elephant Attack

Elephant Attack

Advertisment

କୂଅ ଖୋଳିବାକୁ ଯିବାବେଳେ ଶ୍ରମିକଙ୍କୁ ଶୁଣ୍ଢ ଉଠାଇ କଚାଡି ଦେଲା ହାତୀ। ଖୋର୍ଦ୍ଧା ଜିଲାର ଟାଙ୍ଗୀ ରେଞ୍ଜ କମାଗୁରୁ ଗାଁରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସତ୍ୟବାଦୀ ବେହେରା। ତାଙ୍କ ଘର ରଣପୁର ଅଞ୍ଚଳରେ ।

Advertisment

ଆଗି ଭୋର ସମୟରେ ସତ୍ୟବାଦୀ କୂଅ ଖୋଳିବା ପାଇଁ ୨ଜଣ ଶ୍ରମିକ ସହ ସାଇକେଲ ଯୋଗେ କମାଗୁରୁ ଗାଁକୁ ଆସୁଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥଲେ। ହାତୀକୁ ସତ୍ୟବାଦୀ ସହ ଅନ୍ୟ ୨ଜଣ ଶ୍ରମିକ ଦେଖି ଦୌଡ଼ିବାକୁ ଲାଗିଥିଲେ। ହାତୀଟି ମଧ୍ୟ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଥିଲା। ପରେ ସତ୍ୟବାଦୀଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ସତ୍ୟବାଦୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ୨ଜଣ ଶ୍ରମିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସତ୍ୟବାଦୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

Advertisment
Elephant Attack Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe