/odisha-reporter/media/post_attachments/uploads/2021/02/fog-1.jpg)
fog-1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛି କୁହୁଡ଼ି । ଭୁବନେଶ୍ୱର, କଟକରେ ଆଚ୍ଛାଦିତ ହୋଇ ରହିଛି କୁହୁଡ଼ି। ଆଜି ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।
Advertisment
[caption id="attachment_618759" align="aligncenter" width="650"]
ରାଜଧାନୀ ରାଜରାସ୍ତାରେ କୁହୁଡ଼ି ଆସ୍ତରଣ।[/caption]
ଟ୍ୱିନ୍ ସିଟିରେ କୁହୁଡ଼ିର ପରିମାଣ ଏତେ ଅଧିକା ଯେ, ଯାନାବାହାନ ଚଳାଚଳରେ ବାଧା ଉପୁଜିଛି । ମାତ୍ର କିଛି ମିଟର ଯାଏ ଦେଖିବା ସମ୍ଭବପର ହୋଇଛି । ସେହିପରି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ , ଜଗତସିଂହପୁର ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଛି । ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
