Advertisment

ଡଷ୍ଟବିନରେ ଫୋପାଡ଼ି ଦେଲେ ପୁଳାପୁଳା ସରକାରୀ ମେଡିସିନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବୃରେଣା ଗ୍ରାମର ଏକ ଡଷ୍ଟବିନରୁ ଏହି ଔଷଧକୁ ଜବତ କରାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
government medicine

government medicine

ଡଷ୍ଟବିନରେ ଫୋପାଡ଼ି ଦେଲେ ପୁଳାପୁଳା ଔଷଧ। ସରକାର ଏହି ଔଷଧକୁ ମାଗଣା ଯୋଗାଇ ଦେଇଥାନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବୃରେଣା ଗ୍ରାମର ଏକ ଡଷ୍ଟବିନରୁ ଏହି ଔଷଧକୁ ଜବତ କରାଯାଇଛି। ଏହି ଔଷଧ ମଧ୍ୟରେ ବିଶେଷ ଭାବେ କ୍ୟାଲସିୟମ ଓ ଡି-୩(ଭିଟାମିନ୍) ରହିଛି। ଜବତ ହେବା ପରେ ଏହା ଗତମାସରୁ ଏକ୍ସପାରୀ ହୋଇଯାଇଥିବା ବ୍ୟାଚ୍‌ ଦେଖିଲେ ଜଣାପଡ଼ୁଛି। ତେବେ କିଏ ଓ କାହିଁକି ଏଠାରେ ସରକାରୀ ଡାକ୍ତରଖାନାମାନଙ୍କୁ ଯୋଗାଇ ଦିଆଯାଉଥିବା ଏହି ମେଡିସିନ୍‌କୁ ଫୋପାଡିଲା ତାହା ଜଣାପଡ଼ିନି। ଅଭିଯୋଗ କରେ ଏକ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ଏହି ଔଷଧକୁ ବିଶେଷ ଭାବେ ସରକାର ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କୁ ଯୋଗାଇ ଦେଇଥାନ୍ତି। ଏହାଛଡ଼ା କ୍ୟାଲସିୟମ ଏବଂ ଭିଟାମିନ ଅଭାବ ଥିବା ରୋଗୀଙ୍କୁ ମଧ୍ୟ ଏହା ଦିଆଯାଏ।

ସ୍ଥାନୀୟ ଲୋକେ କହିଛନ୍ତି, ଗାଁର କୁନିପିଲାମାନେ ଏହି ଔଷଧକୁ ଡଷ୍ଟବିନ୍‌ରୁ ଉଠାଇ ଖେଳୁଥିବା ବେଳେ ଘଟଣା ନଜରକୁ ଆସିଥିଲା। ଯାହା ପରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଭଳି ଭାବେ ମେଡିସିନ୍ ବାହାରେ ଫୋପାଡ଼ିବା ବିପଦ। ଏହାଦ୍ୱାରା କାହାର ଜୀବନ ମଧ୍ୟ ଯାଇପାରେ। ଏହାଛଡ଼ା ସରକାରୀ ମେଡିସିନ୍‌କୁ ସଦୁପଯୋଗ ନକରି ଫୋପାଡ଼ିବା ଆଦୌ ଠିକ୍‌ କଥା ନୁହେଁ। ଲୋକଙ୍କୁ ମେଡିସିନ୍‌ ନଦେଇ ଫୋପାଡିବା ଅନୁଚିତ୍। ଏହାଦ୍ୱାରା ଅଯଥାରେ ରାଜସ୍ୱ ଓ ପରିଶ୍ରମ ନଷ୍ଟ ହେଉଛି।

Advertisment

ତଦନ୍ତରେ ଆସିଥିବା ମେଡିକାଲ ଟିମ୍‌ କହିଛି, ସଂଗୃହିତ ନମୁନାକୁ ଯାଞ୍ଚ ନିମନ୍ତେ ନିଆଯାଇଛି। ଏହି ଔଷଧକୁ କେଉଁ ସରକାରୀ ମେଡିକାଲକୁ ପଠାଯାଇଥିଲା ତାହା ଯାଞ୍ଚ କରାଯିବ। ସରକାରୀ ମେଡିକାଲରେ ଏଭଳି ଔଷଧର ଅଭାବ ସଦାବେଳେ ରହିଥାଏ। ତେଣୁ କିଏ ଓ କାହିଁକି  ଏଠାରେ ଏତେ ପରିମାଣର ଔଷଧ ଫୋପାଡ଼ିଛି ତଦନ୍ତ ପରେ ଜଣାପଡ଼ିବ।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Medical Negligence Khorda