Advertisment

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣା; ଧରାପଡ଼ିଲା ସୁରେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ସୁରେଶ ହେଉଛନ୍ତି ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ। ରାଜଧାନୀ ଭୁବନେଶ୍ୱରର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏହାର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। ଏଭଳି ଅନୈତିକ ଘଟଣାର […]

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣା; ଧରାପଡ଼ିଲା ସୁରେଶ

bbsr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।

Advertisment

ସୁରେଶ ହେଉଛନ୍ତି ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ। ରାଜଧାନୀ ଭୁବନେଶ୍ୱରର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏହାର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। ଏଭଳି ଅନୈତିକ ଘଟଣାର ପର୍ଦ୍ଦାଫାଶ କରିଥିଲେ ସେହି ତାଲିମ କେନ୍ଦ୍ରର କିଛି ଅନ୍ତେବାସୀ ଓ ଷ୍ଟାଫ୍।

କେମିତି ହୁଏ ଡିଲ୍  ତାହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ହୁଏ ଡିଲ୍ । ବାହାରୁ ଯୁବତୀ ଆସନ୍ତି । ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ଠିକ୍ କରନ୍ତି ସୁରେଶ ଚନ୍ଦ୍ର ବେହେରା। ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା । ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ  ଆସି ନ ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଛି।

Advertisment

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବରରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଥିଲା ।  ତେବେ ଘଟଣା ସାମ୍ନାକୁ ଆସିବା ପରଠୁ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ପତ୍ତା ମିଳୁ ନ  ଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe