Advertisment

ଦୁର୍ବୃତ୍ତଙ୍କ ଗୁଳିମାଡରେ ଟଳି ପଡିଲେ ଠିକାଦାର

ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ବାଇକ୍‌ ଯୋଗେ ଏକ ଢାବାକୁ ଖାଇବାକୁ ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Gun

GUN

ଦୁର୍ବୃତ୍ତଙ୍କ ଗୁଳିମାଡରେ ଟଳିପଡିଲେ ଠିକାଦାର। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ରମେଶ ରାଉତ।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ବାଇକ୍‌ ଯୋଗେ ଏକ ଢାବାକୁ ଖାଇବାକୁ ଯାଇଥିଲେ। ଖାଇ ସାରି ବାଇକରେ ଘରକୁ ଫେରିଲା ବେଳେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଗାଡ଼ି ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲା। ରମେଶଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜି ଥିବାବେଳେ ଅନ୍ୟ ରାଉଣ୍ଡ ଗୁଳିଟି ବାଜି ନଥିଲା। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।

ପରେ ତାଙ୍କର ଦୁଇ ସହଯୋଗୀ ରମେଶଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ରମେଶଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ ତାହା ସ୍ପଷ୍ଟ ହୋଇନି। ଟାଙ୍ଗୀ ପୁଲିସ ମୁଣ୍ଡାଳ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ରମେଶଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ପରିବାର ଲୋକେ ଥାନାରେ କାହା ନାଁରେ ଅଭିଯୋଗ କରି ନାହାନ୍ତି।

Advertisment
Murder Khorda