Advertisment

ସାନକୁ ହାଣି ମାରିଦେଲେ, ବଡ଼ ଅବସ୍ଥା ସଙ୍କଟାପନ୍ନ

ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଦୁଇ ଭାଇଙ୍କୁ ହାଣି ଥିବା ବେଳେ ସାନର ମୃତ୍ୟୁ ହୋଇଛି।

miscreants killed a youth

miscreants killed a youth

Advertisment

ପୂର୍ବ ଶତୃତାରୁ ବିଭତ୍ସ ହତ୍ୟା। ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଦୁଇ ଭାଇଙ୍କୁ ହାଣି ଥିବା ବେଳେ ସାନର ମୃତ୍ୟୁ ହୋଇଛି। ରକ୍ତ ଜୁଡୁବୁଡ଼ ଅବସ୍ଥାରେ ବଡ ଭାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ସାନକୁମାରୀ ଗାଁର ବିପିନ ରାଉତ ଓ ଗୁରୁତର ଜଣକ ତାଙ୍କ ବଡ଼ ଭାଇ ବିକ୍ରମ ରାଉତ।

Advertisment

ଆଜି ଦିନ ପ୍ରାୟ ୧୨ଟା ବେଳେ ସାନକୁମାରୀ ବଜାର ଉପରେ ଦୁଇ ଭାଇ ଠିଆ ହୋଇଥିଲେ। ମୁଖା ପିନ୍ଧି ଦୁଇଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ସେମାନଙ୍କ ପାଖରେ ପହଞ୍ଚିବା ସହ କିଛି ବୁଝିବା ପୂର୍ବରୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଆକ୍ରମଣରେ ବଡଭାଇ ବିକ୍ରମ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିବା ବେଳେ ତାଙ୍କ ସାନ ଭାଇ ବିପିନ ଦୌଡି ପଳାଇ ଯିବାକୁ ବହୁ ଉଦ୍ୟମ କରିଥିଲେ। ତେବେ ଦୁର୍ବୁତ୍ତମାନେ ବାଇକରେ ବିପିନଙ୍କୁ ପିଛା କରି ଏକ ଦୋକାନ ସାମ୍ନାରେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଦୁହିଁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ।

Advertisment

ଖବର ପାଇ ବୋଲଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ବିପିନ୍‌ଙ୍କୁ ମୃତ ଘୋଷଣା କରାଯିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ।

ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଆକ୍ରମଣକାରୀଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।

ମୃକଙ୍କ ବଡ଼ବୋଉ ସୁଭଦ୍ରା ରାଉତ କହିଛନ୍ତି, ବିକ୍ରମ ପୁନେର ଏକ କମ୍ପାନୀରେ କାମ କରନ୍ତି। ଭଉଣୀର ଦେହ ଖରାପ ଥିବା ଶୁଣିବା ପରେ ସେ ଓ ତାଙ୍କ ବାପା ପଞ୍ଚଗୁଣ ରାଉତ କାମରୁ ଛୁଟି ନେଇ ଗାଁକୁ ଆସିଥିଲେ। ଆଜି ଦୁର୍ବୃତ୍ତମାନେ ବିକ୍ରମଙ୍କୁ ଗାଁ ମଙ୍ଗଳାମନ୍ଦିର ନିକଟ ଅଶ୍ୱସ୍ତ ଗଛ ମୂଳେ ହାଣି ପକାଇଥିବା ବେଳେ ବିପିନକୁ ଗାଁର ଏକ ଦୋକାନ ପିଣ୍ଢାରେ ହାଣି ମାରି ଦେଇଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ଆକ୍ରମଣ କରିଛନ୍ତି ଜାଣି ନ ଥିବା ସୁଭଦ୍ରା କହିଛନ୍ତି। 

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Khorda Miscreants Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe