Advertisment

କାଲିଠାରୁ ସବୁ ନାମ ଫଳକରେ ଓଡ଼ିଆ ଲେଖା ବାଧ୍ୟତାମୂଳକ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଉତ୍କଳ ଦିବସଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ପ୍ରଥମେ ସଚେତନତା କରାଯିବ। ପରେ ଯେଉଁମାନେ ଏହାର ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍କଳ ଦିବସ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ […]

ଅଦ୍ୟତନ ହୋଇଛି
କାଲିଠାରୁ ସବୁ ନାମ ଫଳକରେ ଓଡ଼ିଆ ଲେଖା ବାଧ୍ୟତାମୂଳକ

utkal-Divas

Advertisment

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଉତ୍କଳ ଦିବସଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ପ୍ରଥମେ ସଚେତନତା କରାଯିବ। ପରେ ଯେଉଁମାନେ ଏହାର ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଉତ୍କଳ ଦିବସ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ତେବେ ପ୍ରଥମେ ଏଥିପାଇଁ ଲୋକଙ୍କୁ ସଚେତନ କରାଯିବା ସହ ନାମଫଳକ ଓଡ଼ିଆରେ ଲେଖିବାକୁ ଅନୁରୋଧ କରାଯିବ। ଯେଉଁ ମାନେ ଅମାନିଆ ହେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଏପ୍ରିଲ୍ ୧ ତାରିଖରେ ସାରା ରାଜ୍ୟରେ ଉତ୍କଳ ଦିବସ ଭାବେ ପାଳିତ ହୋଇଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe