Advertisment

ଫାଇନାନ୍ସ କମ୍ପାନୀର ଜୁଲମ ଅସହ୍ୟ ହେଲା; ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି

ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବୃଦ୍ଧ ଦମ୍ପତିଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ଜାଲରେ ଫସାଇ ଥିଲେ। ଫଳରେ ଏହି ଦମ୍ପତି ଏକ ଘରୋଇ କମ୍ପାନୀରୁ କିଛି ଲୋନ୍‌ କରିଥିଲେ। ମାତ୍ର ତାହାକୁ ଠିକ୍‌ ସମୟରେ ସେ ଶୁଝି ପାରି ନ ଥିଲେ।

ଅଦ୍ୟତନ ହୋଇଛି
Couple

Couple

Advertisment

ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନା। ଅସମୟରେ ଚଢ଼ା ସୁଧହାରରେ ଲୋନ୍‌ ନେଇ ଲୋନ୍‌ ଶୁଝି ପାରି ନ ଥିଲେ ବୃଦ୍ଧ ଦମ୍ପତି। ଫଳରେ ବାରମ୍ବାର ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ଲାଞ୍ଚିତ, ଅପମାନିତ ହେବା ସହ ଧମକ ବି ମିଳିଲା। ଏଥିରେ ଅତିଷ୍ଠ ହୋଇ ଜୀବନର ଶେଷ ସୋପାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି ବୃଦ୍ଧ ଦମ୍ପତି । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ଭୋରରୁ ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ି ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ବାନାମ୍ବର ବେହେରା ଏବଂ ବନିତା ବେହେରା ।

Advertisment

ବାନାମ୍ବର ବେହେରା ଏବଂ ବନିତାଙ୍କ ୨ ପୁଅ ଥିବା ବେଳେ ସେମାନେ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ଘରେ ଏହି ଦମ୍ପତି ରହୁଥିବା ବେଳେ ଚାଷବାସ କରି ପରିବାର ପୋଷନ୍ତି। ଫଳରେ ସବୁବେଳେ ଅଭାବଅନଟନ ଲାଗି ରହୁଥିଲା। ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବୃଦ୍ଧ ଦମ୍ପତିଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ଜାଲରେ ଫସାଇ ଥିଲେ। ଫଳରେ ଏହି ଦମ୍ପତି ଏକ ଘରୋଇ କମ୍ପାନୀରୁ କିଛି ଲୋନ୍‌ କରିଥିଲେ। ମାତ୍ର ତାହାକୁ ଠିକ୍‌ ସମୟରେ ସେ ଶୁଝି ପାରି ନ ଥିଲେ।

ଏଥିପାଇଁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବାରମ୍ବାର ସେମାନଙ୍କ ଘରକୁ ଆସି ଗାଳିଗୁଲଜ କରୁଥିଲେ। ଗତ କାଲି ସନ୍ଧ୍ୟାରେ କିଛି ଫାଇନାନ୍ସ କର୍ମଚାରୀ ବାନାମ୍ବର ବେହେରାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ସେମାନେ ସେଠାର ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ରହିଥିଲେ। ସେମାନେ ଉଭୟ ଦମ୍ପତିଙ୍କୁ ପ୍ରବଳ ଗାଳିଗୁଲଜ କରିବା ସହ ଅପମାନିତ କରିଥିଲେ। କମ୍ପାନୀର କର୍ମଚାରୀ ଯିବା ପରେ ଭୋର ପ୍ରାୟ ୪ଟା ସମୟରେ ସେମାନେ ରଶି ଲଗାଇ ଝୁଲି ପଡ଼ିଥିଲେ।

Advertisment

ଗ୍ରାମବାସୀ ସକାଳୁ ଏହା ଜାଣିପାରି ଉଭୟ ଦମ୍ପତିଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ବାନାମ୍ବରଙ୍କ ୨ ପୁଅ ହସ୍ପିଟାଲରେ ପହଞ୍ଚିଛନ୍ତି।

ଫାଇନାନ୍ସ କର୍ମଚାରୀଙ୍କ ଜୁଲମ ସହି ନ ପାରି ଅଁଳାଯୋଡ଼ି ଗାଁର ପ୍ରାୟ ୫ ଜଣ ପୂର୍ବରୁ ଜୀବନ ହାରି ସାରିଥିବା ବେଳେ ବହୁ ଜଣ ଗାଁ ଛାଡ଼ି ଚାଲି ଯାଇଥିବା କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁଯାୟୀ, ଫାଇନାନ୍ସ କର୍ମଚାରୀ ଗାଁରେ ପଶି ନିରୀହ ଲୋକଙ୍କୁ ପ୍ରଲୋଭିତ କରି ଲୋନ୍‌ ଦେଇଥାନ୍ତି। ଏଥିନିମନ୍ତେ ସେମାନେ ୨୬% ସୁଧ ହାର ଆଦାୟ କରୁଛନ୍ତି। ଆଉ ଗ୍ରାମବାସୀ ଲୋନ୍‌ ଶୁଝି ନ ପାରିଲେ ଫାଇନାନ୍ସ କର୍ମଚାରୀ ସେମାନଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଇ ନ ଥାନ୍ତି। ଏହାର ଏକ କରୁଣ ପରିଣତି ଆଜି ଦେଖିବାକୁ ମିଳିଛି।

Suicide Khorda Loan Burden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe