ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯିଏ ଘରେ କାମ କରିବାର ସୁଯୋଗ ଦେଲେ, ଶେଷରେ ତାଙ୍କ ଘରେ ହିଁ କଳାକନା ବୁଲାଇଦେଲେ। ଏପରିକି ସୁନା, ଅଳଙ୍କାର ଲୁଟ୍ ପରେ ମଧ୍ୟ କେହି ଯେପରି ଟେର ପାଇ ନ ପାରିବେ ସେଥିପାଇଁ ପୂର୍ବରୁ ପ୍ରସ୍ତୁତ କରିଥିଲେ ଯୋଜନା। ମାଲିକ ଯେପରି ଅବିଶ୍ୱାସ ନ କରିବେ ସେଥିପାଇଁ ତାଙ୍କ ଘରୁ ସୁନା, ଗହଣା ଲୁଟିବା ପରେ ମଧ୍ୟ ପୂର୍ବ ପରି କାମ କରୁଥିଲେ। କିନ୍ତୁ ଶେଷରେ ପୁଲିସ୍ ଖୋଲତାଡ଼ କରି ସତ ବାହାର କରିବା ସହ ଜଣେ ଘରୋଇ ସହାୟିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।
ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ଘର ମାଲିକ ଚୋରି ହୋଇଥିବା ନେଇ ଖଣ୍ଡିଗରି ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା। ପ୍ରଥମେ ଘରେ କାମ କରୁଥିବା ଉକ୍ତ ମହିଳାଙ୍କୁ ତଦନ୍ତ ପରିସରକୁ ନେଇଥିଲା ପୁଲିସ୍। ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ ମାନି ଯାଇଥିଲେ।
[caption id="attachment_620787" align="aligncenter" width="650"] ଖଣ୍ଡଗିରି ପୁଲିସ୍ ଦ୍ୱାରା ଗିରଫ ୨ ଅଭିଯୁକ୍ତ[/caption]
ଏନେଇ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ବେହେରା କହିଛନ୍ତି, ପଚରାଉଚରା କରିବାରୁ ଗିରଫ ମହିଳା ଜଣକ ବନ୍ଧନ ବ୍ୟାଙ୍କରେ କିଛି ସୁନା ବନ୍ଧା ରଖିଥିବା ସହ ଆଉ କିଛି ସୁନା ବଦଳାଇ ନୂଆ ଗହଣା ଆଣିଥିବା କହିଥିଲେ। ଏଥିରେ ତାଙ୍କ ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀ ସାହାଯ୍ୟ କରିଥିବା ମଧ୍ୟ କହିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।