Advertisment

ଯିଏ କାମ ଦେଲେ, ଶେଷରେ ତାଙ୍କ ଘରେ କଳାକନା ବୁଲାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯିଏ ଘରେ କାମ କରିବାର ସୁଯୋଗ ଦେଲେ, ଶେଷରେ ତାଙ୍କ ଘରେ ହିଁ କଳାକନା ବୁଲାଇଦେଲେ। ଏପରିକି ସୁନା, ଅଳଙ୍କାର ଲୁଟ୍‌ ପରେ ମଧ୍ୟ କେହି ଯେପରି ଟେର ପାଇ ନ ପାରିବେ ସେଥିପାଇଁ ପୂର୍ବରୁ ପ୍ରସ୍ତୁତ କରିଥିଲେ ଯୋଜନା।  ମାଲିକ ଯେପରି ଅବିଶ୍ୱାସ  ନ କରିବେ ସେଥିପାଇଁ ତାଙ୍କ ଘରୁ ସୁନା, ଗହଣା ଲୁଟିବା ପରେ ମଧ୍ୟ ପୂର୍ବ ପରି କାମ କରୁଥିଲେ। କିନ୍ତୁ ଶେଷରେ ପୁଲିସ୍‌ ଖୋଲତାଡ଼ କରି ସତ ବାହାର […]

ଅଦ୍ୟତନ ହୋଇଛି
ଯିଏ କାମ ଦେଲେ, ଶେଷରେ ତାଙ୍କ ଘରେ କଳାକନା ବୁଲାଇଲେ

gold

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯିଏ ଘରେ କାମ କରିବାର ସୁଯୋଗ ଦେଲେ, ଶେଷରେ ତାଙ୍କ ଘରେ ହିଁ କଳାକନା ବୁଲାଇଦେଲେ। ଏପରିକି ସୁନା, ଅଳଙ୍କାର ଲୁଟ୍‌ ପରେ ମଧ୍ୟ କେହି ଯେପରି ଟେର ପାଇ ନ ପାରିବେ ସେଥିପାଇଁ ପୂର୍ବରୁ ପ୍ରସ୍ତୁତ କରିଥିଲେ ଯୋଜନା।  ମାଲିକ ଯେପରି ଅବିଶ୍ୱାସ  ନ କରିବେ ସେଥିପାଇଁ ତାଙ୍କ ଘରୁ ସୁନା, ଗହଣା ଲୁଟିବା ପରେ ମଧ୍ୟ ପୂର୍ବ ପରି କାମ କରୁଥିଲେ। କିନ୍ତୁ ଶେଷରେ ପୁଲିସ୍‌ ଖୋଲତାଡ଼ କରି ସତ ବାହାର କରିବା ସହ ଜଣେ ଘରୋଇ ସହାୟିକା ଓ  ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ଘର ମାଲିକ ଚୋରି ହୋଇଥିବା ନେଇ ଖଣ୍ଡିଗରି ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା। ପ୍ରଥମେ ଘରେ କାମ କରୁଥିବା ଉକ୍ତ ମହିଳାଙ୍କୁ ତଦନ୍ତ ପରିସରକୁ ନେଇଥିଲା ପୁଲିସ୍‌। ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ ମାନି ଯାଇଥିଲେ।

[caption id="attachment_620787" align="aligncenter" width="650"]arrestଖଣ୍ଡଗିରି ପୁଲିସ୍‌ ଦ୍ୱାରା ଗିରଫ ୨ ଅଭିଯୁକ୍ତ[/caption]

Advertisment

ଏନେଇ ଖଣ୍ଡଗିରି ଥାନା ଆଇଆଇସି ପଦ୍ମନାଭ ବେହେରା କହିଛନ୍ତି, ପଚରାଉଚରା କରିବାରୁ ଗିରଫ ମହିଳା ଜଣକ ବନ୍ଧନ ବ୍ୟାଙ୍କରେ କିଛି ସୁନା ବନ୍ଧା ରଖିଥିବା ସହ ଆଉ କିଛି ସୁନା ବଦଳାଇ ନୂଆ ଗହଣା ଆଣିଥିବା କହିଥିଲେ। ଏଥିରେ ତାଙ୍କ ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀ ସାହାଯ୍ୟ କରିଥିବା ମଧ୍ୟ  କହିଥିଲେ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe