Advertisment

ଗଞ୍ଜେଇ ଓ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ

ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୁଲିସ୍‌। ଏହା ପରେ ପୁଲିସ ହରି ଭାଇନା ଛକ ନିକଟସ୍ଥ ବସଷ୍ଟାଣ୍ଡରେ ଗାଡ଼ି ଯାଞ୍ଚ କରିଥିଲା।

author-image
Manoranjan Sial
Khorda

Khorda

କନ୍ଧମାଳରୁ ଭୁବନେଶ୍ୱର ଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ଜଟଣୀରେ ମାଡ଼ି ବସିଥିଲା କମିଶନରେଟ୍‌ ପୁଲିସ୍‌। ପୁଲିସ୍‌ ୨୨ କେଜି ଗଞ୍ଜେଇ, ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

Advertisment

ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୁଲିସ୍‌। ଏହା ପରେ ପୁଲିସ ହରି ଭାଇନା ଛକ ନିକଟସ୍ଥ ବସଷ୍ଟାଣ୍ଡରେ ଗାଡ଼ି ଯାଞ୍ଚ କରିଥିଲା। ସେହି ସମୟରେ ଗୋଟିଏ ଅଟୋରୁ ପୁଲିସ୍‌ ୨୨ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଏଥିସହ ପୁଲିସ୍‌ ଅଟୋରୁ ନଗଦ ୫ ଲକ୍ଷ ୮୪ ହଜାର ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତମାନେ ହେଲେ ତ୍ରିନାଥ ସାସମଲ, ସୁନିଲ ବେହେରା ଓ କାର୍ତ୍ତିକ ପୃଷ୍ଟି। ସମସ୍ତ ଅଭିଯୁକ୍ତଙ୍କ ଘର ଜଟଣୀ ଅଞ୍ଚଳରେ। ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ ଫୋନ ସହିତ ଅଟୋକୁ ଜବତ କରିଛି।

Advertisment
Khorda