Advertisment

ସଞ୍ଜୟ ମୋ ଝିଅକୁ ଭଲ ପାଉ ନ ଥିଲା: ମିନତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା। ତାକୁ ଖାଇବାକୁ ଦେଉନଥିଲା। ଏପରିକି ତାକୁ ୧୦ ଟଙ୍କା ଦେଇକି ଯାଏ। ମୋ ଝିଅ ଫୋନ୍‌ କଲେ ମୁଁ ଲୁଚାଇ ୨, ୩ ହଜାର ଟଙ୍କା ପଠାଏ। ସେଥିରେ ମୋ’ ଝିଅ ଖାଉଥିଲେ।”  ଏପରି କହିଛନ୍ତି ମୃତ ପୁଷ୍ପଲତା ରାଉଳଙ୍କ ମା’ ମିନତୀ ରାଉଳ। ମିନତୀ କହିଛନ୍ତି, ଝିଅ ନିଖୋଜ ହେବା ପରେ ସଞ୍ଜୟ ଯେଉଁ ଫୁଲେଶ୍ୱରୀ ବସ୍ତିରେ ଥିଲା, ସେଠାକୁ ଯାଇଥିଲି। ହେଲେ ଘର ଆଗରେ […]

ଅଦ୍ୟତନ ହୋଇଛି
ସଞ୍ଜୟ ମୋ ଝିଅକୁ ଭଲ ପାଉ ନ ଥିଲା: ମିନତୀ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା। ତାକୁ ଖାଇବାକୁ ଦେଉନଥିଲା। ଏପରିକି ତାକୁ ୧୦ ଟଙ୍କା ଦେଇକି ଯାଏ। ମୋ ଝିଅ ଫୋନ୍‌ କଲେ ମୁଁ ଲୁଚାଇ ୨, ୩ ହଜାର ଟଙ୍କା ପଠାଏ। ସେଥିରେ ମୋ’ ଝିଅ ଖାଉଥିଲେ।”  ଏପରି କହିଛନ୍ତି ମୃତ ପୁଷ୍ପଲତା ରାଉଳଙ୍କ ମା’ ମିନତୀ ରାଉଳ।

Advertisment

ମିନତୀ କହିଛନ୍ତି, ଝିଅ ନିଖୋଜ ହେବା ପରେ ସଞ୍ଜୟ ଯେଉଁ ଫୁଲେଶ୍ୱରୀ ବସ୍ତିରେ ଥିଲା, ସେଠାକୁ ଯାଇଥିଲି। ହେଲେ ଘର ଆଗରେ ତାଲା ପଡ଼ିଥିଲା। ଝିଅକୁ ନପାଇ ସଞ୍ଜୟକୁ ଫୋନ୍ କରିଥିଲା। ମାତ୍ର ତା’ ଫୋନ୍‌‌ ସୁଇଚ୍‌ଅଫ ଥିଲା। ପରବର୍ତ୍ତୀ ସମୟରେ ସେ ଫୋନ ଉଠାଇଲା, ହେଲେ କିଛି କହିନଥିଲା। ପାଖ ଲୋକଙ୍କୁ ପଚାରିବାରୁ ୪ ଦିନ ହେଲା ସେ ଘରେ ନ ଥିବା ପଡ଼ୋଶୀ କହିଥିଲେ।

ଝିଅ ନିଖୋଜ ଥିବାରୁ ଜଣେ ପରିଚିତ ଲୋକ ଝିଅ ବଞ୍ଚିଛି କି ନାହିଁ ବୁଝିବାକୁ କହିଲେ। ଏହାପରେ ପେପରରୁ ଘଟଣା ଜାଣିବାକୁ ପାଇଲି। ସାଲ୍‌ ଓ ଟାଟୁ ଦେଖି ଝିଅକୁ ଚିହ୍ନିବା ପରେ  ଥାନାକୁ ଗଲୁ।  ସେଠାରେ ସାଲ, ନାଇଟି, ଟାଟୁରୁ ତାକୁ ଚିହ୍ନିଲୁ।  ସେ ପିନ୍ଧିଥିବା ସାଲ୍‌, ନାଇଟି ମୁଁ ତାକୁ କିଣି ଦେଇଥିଲି ବୋଲି କହିଛନ୍ତି ମିନତି।

Advertisment

ଏଥିସହ ସେ କହିଛନ୍ତି, ଧିରୁକୁଟ ବସ୍ତିରେ ସଞ୍ଜୟ ମୋ ଘରେ ୮ ବର୍ଷ ତା’ ପିଲା ଛୁଆ ଧରି ଭଡ଼ାରେ ଥିଲା।  ସେତେବଳେ ଝିଅର ବିବାହ ବି ସରିଥିଲା।  ପ୍ରଥମେ ୨ ଜଣ ଘରୁ ପଳେଇଲେ। ୨ ଦିନ ପରେ ଝିଅ ଆସିବାରୁ ତାକୁ ଘରେ ପଶାଇଲିନି। ତା’ର ୨ ଝିଅ ମୋ ପାଖରେ ଅଛନ୍ତି।

ଏହାପରେ ମାସେ ତଳେ ମୋତେ ଫୋନ୍‌ କରି ପ୍ରୀତିରଞ୍ଜନକୁ ବିବାହ କରିବା କଥା କହିଥିଲା। ହେଲେ ମୁଁ ମନା କଲି। ଏହାସତ୍ତ୍ୱେ ସେ ବିବାହ କରିଥିଲା। ହେଲେ ପୁଣି ଥରେ ପଳାଇ ଆସି ସଞ୍ଜୟ ପାଖରେ ରହୁଥିଲା। ସେ କେବେ ମୋତେ ଫୋନ୍‌ କରେନି। ମୁଁ ସବୁଦିନ ଫୋନ୍‌ କରି ତା’ ଭଲମନ୍ଦ ବୁଝେ। ହେଲେ ଫୋନ୍‌ ନ ଲାଗିବାରୁ ସନ୍ଦେହ ବଢ଼ିଲା। ଏହାପରେ ଖୋଜାଖୋଜି ଆରମ୍ଭ କରି ଝିଅର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଲୁ ବୋଲି କହିଛନ୍ତି ମିନତି।

ସୂଚନାଯୋଗ୍ୟ, ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ତା’ ପରିଚୟ ଜାଣିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ  ଥିଲା। ପୁଲିସ୍‌ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ବିଭିନ୍ନ ଜାଗାରେ ପୋଷ୍ଟର ମାରିଥିଲା। ଏହାପରେ ହତ୍ୟା ଘଟଣା ଉପରୁ ପରଦା ହଟିଥିଲା। ଗତକାଲି ମହିଳାଙ୍କ କଟାମୁଣ୍ଡ ମିଳିଥିବା ବେଳେ ସେ ପୁଷ୍ପଲତା ରାଉଳ ବୋଲି ସ୍ପଷ୍ଟ ହୋଇଥିଲା। ଏଥି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ବି ପୁଲିସ୍‌ ଗିରଫ କରିସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe