Advertisment

ମଝି ସମୁଦ୍ରରେ ଫସିଥିଲେ ମ୍ୟାନମାର ନାବିକ, ଏୟାରଲିଫ୍ଟ କଲା ଭାରତୀୟ ତଟରକ୍ଷୀ ବାହିନୀ

ମ୍ୟାନମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Rescue

Rescue

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଝି ସମୁଦ୍ରରେ ଏକ ବଡ ଧରଣର ଉଦ୍ଧାର କାର୍ଯ୍ୟ କରି ଜଣେ ନାବିକଙ୍କ ଜୀବନ ରକ୍ଷା କରିଛି ଭାରତୀୟ ତଟରକ୍ଷୀ ବାହିନୀ। ମ୍ୟାନମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଭୁବନେଶ୍ୱର ବିମାନବନ୍ଦରରେ ମୁତୟନ କୋଷ୍ଟଗାର୍ଡର ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ ହୋଇଛି। ଉଦ୍ଧାର କାମରେ ପ୍ରଥମ ଥର ଲାଗି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହେଲିକପ୍ଟରର ବ୍ୟବହାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ସାଗର ଦ୍ୱୀପ ମଝି ସମୁଦ୍ରରେ ଥିବା ଗୋଟିଏ ଜାହାଜରେ ଦୁର୍ଘଟଣାର ଶିକାର ଜଣେ ମ୍ୟାନମାର୍ ନାବିକ ଗୁରୁତର ଥିବା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା । ସକାଳ ୮ଟା ୫୫ରେ ଅପରେସନ୍ ଆରମ୍ଭ କରିଥିଲା ଭୁବନେଶ୍ୱରରେ ଥିବା କୋଷ୍ଟ ଗାର୍ଡ ଟିମ୍ ।  

Advertisment
Rescueମ୍ୟାନମାରର ନାବିକଙ୍କୁ ଏୟାରଲିଫ୍ଟ କରାଯାଉଛି

ହାଲୁକା ଅତ୍ୟାଧୁନିକ ହେଲିକପ୍ଟରରେ ଭୁବନେଶ୍ୱରଠାରୁ ୩୦୦ କିମି ଦୂରରେ ଥିବା ସାଗର ଦ୍ୱୀପ ମଝି ସମୁଦ୍ରରେ ଥିବା ସିଙ୍ଗାପୁରର ଏହି ଜାହାଜରେ ପହଞ୍ଚିଥିଲା ରେସକ୍ୟୁ ଦଳ। ସେଠାରେ ନାବିକଙ୍କ ଅବସ୍ଥା ଗୁରୁତର ଥିବା ସହ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ଜଣାପଡ଼ିଥିଲା। ତେଣୁ ଏକ ହେଲିକପ୍ଟରରେ ମ୍ୟାନମ୍ୟାରର ଏହି ନାବିକଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା ।

ଭୁବନେଶ୍ୱରରେ ଦିନ ୧୧ଟା ୪୫ ମିନିଟରେ ହେଲିକପ୍ଟରଟି ପହଞ୍ଚିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନିଆଯାଇ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe