Advertisment

ବଦଳିଲା ପାଗ; ସକାଳୁ ସକାଳୁ ବର୍ଷିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି। ଏହା ସହିତ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ରାଜଧାନୀରେ ମଧ୍ୟ କୋହଲା ପାଗ ହୋଇଥିବା ବେଳେ ଝିପିଝିପି ବର୍ଷା ହୋଇଛି। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ଟି ଜିଲ୍ଲା […]

author-image
Niharika Rout
ଅଦ୍ୟତନ ହୋଇଛି
ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, କାଲି ବେଶି ବର୍ଷିବ

Rain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି। ଏହା ସହିତ କିଛି ସ୍ଥାନରେ ବର୍ଷା ଓ ପବନ ହୋଇଛି। ରାଜଧାନୀରେ ମଧ୍ୟ କୋହଲା ପାଗ ହୋଇଥିବା ବେଳେ ଝିପିଝିପି ବର୍ଷା ହୋଇଛି।

Advertisment

[caption id="attachment_620750" align="aligncenter" width="650"]rainସୁନ୍ଦରଗଡ଼ରେ ବର୍ଷା [/caption]

ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଏବଂ ବଲାଙ୍ଗୀରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହି ୯ଟି ଜିଲ୍ଲା ସମେତ ଗଞ୍ଜାମ ଏବଂ ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Advertisment

[caption id="attachment_620751" align="aligncenter" width="650"]windସୁନ୍ଦରଗଡ଼ରେ ସକାଳୁ ସକାଳୁ ଜୋରରେ ପବନ ହୋଇଥିଲା[/caption]

ସେହିପରି ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ରାୟଗଡ଼ା ଏବଂ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି  କରିଛନ୍ତି ଏସ୍ଆରସି।