Advertisment

ଦଳରେ ଯାହା ଘଟୁଛି ସବୁ ଠିକ୍‌ ବୋଲି କହିବା ଅଭ୍ୟାସ ମୋର ନାହିଁ: ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳରେ ଅଛି ବୋଲି ଯାହା ଘଟୁଛି ସବୁ ଠିକ୍‌ ବୋଲି କହିବା ଅଭ୍ୟାସ ମୋର ନାହିଁ। କୋଟିଆ ପ୍ରସଙ୍ଗରେ ଖଣ୍ଡପଡ଼ା ବିଧାୟନ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏପରି ମନ୍ତବ୍ୟ ଦେଇଥିବା ବେଳେ ଏଥିନିମନ୍ତେ ପ୍ରଶାସନିକ ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି।  ଏଥିସହ ବାଇ-ଲ ପ୍ରସଙ୍ଗରେ ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ସୌମ୍ୟ। ଦଳ ଭିତରେ ଆଗେ […]

author-image
Niharika Rout
ଅଦ୍ୟତନ ହୋଇଛି
ଦଳରେ ଯାହା ଘଟୁଛି ସବୁ ଠିକ୍‌ ବୋଲି କହିବା ଅଭ୍ୟାସ ମୋର ନାହିଁ: ସୌମ୍ୟ ପଟ୍ଟନାୟକ

somya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଳରେ ଅଛି ବୋଲି ଯାହା ଘଟୁଛି ସବୁ ଠିକ୍‌ ବୋଲି କହିବା ଅଭ୍ୟାସ ମୋର ନାହିଁ। କୋଟିଆ ପ୍ରସଙ୍ଗରେ ଖଣ୍ଡପଡ଼ା ବିଧାୟନ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏପରି ମନ୍ତବ୍ୟ ଦେଇଥିବା ବେଳେ ଏଥିନିମନ୍ତେ ପ୍ରଶାସନିକ ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି।  ଏଥିସହ ବାଇ-ଲ ପ୍ରସଙ୍ଗରେ ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ସୌମ୍ୟ। ଦଳ ଭିତରେ ଆଗେ ବୁଝାମଣା ଠିକ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

Advertisment

କିଛି ଦିନ ପୂର୍ବେ ଓଡ଼ିଶା ସୀମା ଡେଇଁ ଆନ୍ଧ୍ରପ୍ରଦେଶ ଗଜପତି, ମାଲକାନଗିରି, କୋରାପୁଟର ବିଭିନ୍ନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଥିନିମନ୍ତେ ପ୍ରଶାସନିକ ଅବହେଳାକୁ ସ୍ୱୀକାର କରିଛନ୍ତି ଖଣ୍ଡପଡ଼ା ବିଧାୟକ।

ଦଳରେ ରହିଛି ବୋଲି ଯାହା ଘଟୁଛି ସବୁ ଠିକ ବୋଲି କହିବା ଅଭ୍ୟାସ ମୋର ନାହିଁ ବୋଲି କହିଛନ୍ତି ସୌମ୍ୟ। ଏଥିସହ କହିଛନ୍ତି, ଆଗରୁ ଚାହିଁଥିଲେ ତଳ ସ୍ତରରୁ ଏହି ସମସ୍ୟାର ସାମାଧାନ ହୋଇପାରିଥାନ୍ତା, ହେଲେ ସେପରି ହେଲାନି। ଏବେ ରାଜ୍ୟ ସରକାର ବାହାରିଛନ୍ତି ଲଢ଼େଇ କରିବାକୁ, ତେଣୁ କ’ଣ ହେଉଛି ନିଷ୍ପତ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Advertisment

ସେହିପରି ହେରିଟେଜ୍‌ ବାଇ-ଲ ପ୍ରସଙ୍ଗରେ ଆଲୋଚନା କରି ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। କାରଣ ବିଜେପି ନେତା ମାନେ ସବୁବେଳେ ମାଟି ଓ ପାର୍ଟି କଥା କହିଥାନ୍ତି। ସରକାର ହଠାତ କ’ଣ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ।ଏକଥା କଣ ଆଗରୁ ଜାଣିପାରିଲେ ନାହିଁ କେନ୍ଦ୍ର ସରକାର?

ନିର୍ବାଚନ ପରଠାରୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲ। ପ୍ରଥମେ, ଜଗନ୍ନାଥ ମନ୍ଦିର ପାଳି ପଡ଼ିଲା। ଏହାପରେ ଲିଙ୍ଗରାଜଙ୍କ ପାଳି ପଡ଼ିଲା। ଆମେ କଣ ମନ୍ଦିର ଭାଙ୍ଗିବା ନାଁରେ ଦେଶର ପ୍ରତ୍ନତତ୍ତ୍ୱ ସମ୍ପଦ ସବୁ ଭାଙ୍ଗି ଦେବୁ? ଆମର କ’ଣ ଦେଶପ୍ରୀତି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ସୌମ୍ୟ। ଏଥିସହ କହିଛନ୍ତି, ଦେଶରେ କ’ଣ  ASI ନାହିଁ କି ଏବେ? ଯଦି ଅଛି, ପୂର୍ବରୁ ଦରକାର ଥିଲେ  ASI ମନା କରିପାରିଥାନ୍ତା। ବାଇ ଲର ଆବଶ୍ୟକତା ନାହିଁ। ଶ୍ରେୟ ନେବା ପାଇଁ କଣ୍ଟା ବାଡ଼ରେ ଲୁଗା ପକାଇ କାଳି କରିବା ଦରକାର ନାହିଁ। ମିଳିମିଶି କାମ କରି ନିଅ ବୋଲି କହିଛନ୍ତି ଖଣ୍ଡପଡ଼ା ବିଧାୟକ।

 ଏଥିସହ ବିଜେପିରେ ପ୍ରକାଶ ପାଉଥିବା ବିଭିନ୍ନ ମତକୁ ନେଇ ସୌମ୍ୟରଞ୍ଜନ କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର ହେଲା ମାନିନିଅ।  ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥି ପାଇଁ ଭୁଲ ବୁଝାମଣା ହୋଇଛି। ଖୁବ୍‌ ଶୀଘ୍ର ତୁଟିଯିବ। ଏହାବ୍ୟତୀତ ଅପରାଜିତା ମାଡାମ କହୁଛନ୍ତି ପ୍ରତ୍ୟାହାର ପ୍ରସଙ୍ଗ ନୁହେଁ। ତେଣୁ ଦଳ ଭିତରେ ଆଗେ ବୁଝାମଣା ଠିକ ରଖନ୍ତୁ।”  

Kotia Issue