Advertisment

ଗାନ୍ଧିମାର୍ଗରେ ହେବ ରାଜ୍ୟସ୍ତରୀୟ ପରେଡ, ପ୍ରଥମ ଥର ସାମିଲ ହେବ ଆନ୍ଧ୍ର ପୁଲିସ ଟ୍ରୁପ୍

ଏଥର ବିନା କରୋନା କଟକଣାରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ।

Image

Image

Advertisment

ଆଜି ସମଗ୍ର ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଏଥିନିମନ୍ତେ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର। ଭୁବନେଶ୍ୱରରେ ବି ବେଶ୍‌ ଆଡମ୍ବର ସହ ଆଜି ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର ବିନା କରୋନା କଟକଣାରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି। 

Advertisment

ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ । ଏଥରର ପରେଡର ନେତୃତ୍ୱ ନେବେ କେସିଙ୍ଗାର SDPO ୟସ ପ୍ରତାପ ଶ୍ରୀମାଲ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଛି।

ଏହାବ୍ୟତୀତ ବାଇକ୍‌ରେ ଡେୟାରଡେଭିଲ ଦୁଃସାହାସିକ କଳା ପ୍ରଦର୍ଶନ ସମେତ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯିବ । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହେବ ।

Advertisment

ଚଳିତ ବର୍ଷ କରୋନା କଟକଣା ନ ଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ପରେଡ୍ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ଗାନ୍ଧିମାର୍ଗ । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବଛା ବଛା ୨ଶହ ପୋଲିସ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି ।

Republic Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe