Advertisment

ପୁଲିସଙ୍କ ପୋଲ୍‌ ଖୋଲିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୁଲିସ ଓ କିଛି ଓକିଲ ନେଇଯାଉଛନ୍ତି। ମିଛ ମାମଲାକୁ ସତ କରି ଦେଉଛନ୍ତି। କହୁ କହୁ ଏମିତି କହିଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅଦ୍ୟତନ ହୋଇଛି
minister tusharkanti behera

minister tusharkanti behera

Advertisment

ପୁଲିସଙ୍କ ପୋଲ୍‌ ଖୋଲିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ। ପୁଲିସ ଖାଉଛି କମିଶନ। ପୀଡ଼ିତ ପାଉଥିବା କ୍ଷତିପୂରଣରୁ କିଛି ପୁଲିସ ଓ କିଛି ଓକିଲ ନେଇଯାଉଛନ୍ତି। ମିଛ ମାମଲାକୁ ସତ କରି ଦେଉଛନ୍ତି। କହୁ କହୁ ଏମିତି କହିଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କର ଏହି ସାଂଘାତିକ ମନ୍ତବ୍ୟକୁ ନେଇ ସବୁଠି ଅଲୋଚନା। ଭୁବନେଶ୍ୱରରେ ଆଜି ଆଇନ ସେବା ସଂସ୍ଥା ‘କ୍ଲାପ’ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଏହି ମତ ରଖିଛନ୍ତି।

Advertisment

ସେ କହିଛନ୍ତି, ଗତ ୭ ମାସ ଧରି ମନ୍ତ୍ରୀ ଓ ସାଢ଼େ ୩ ବର୍ଷ ଧରି ବିଧାୟକ ଦାୟିତ୍ୱ ନେବା ଭିତରେ ତାଙ୍କ ପାଖକୁ ଅନେକ ଲୋକ କ୍ଷତିପୂରଣ ସହାୟତା ପ୍ରଦାନ ନିମନ୍ତେ ନିବେଦନ ନେଇ ଆସିଛନ୍ତି। ଯାହା ଭିତରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଏସ୍‌ସି/ଏସ୍‌ଟି ନିର୍ଯାତନା ମାମଲା ଥିଲା। ଏହା ଭିତରୁ ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ସରପଞ୍ଚ ଓ ସମିତି ସଭ୍ୟଙ୍କ ସହାୟତା ନେଇ କୌଣସି ଲୋକକୁ ଫସାଇବା ନିମନ୍ତେ ଏସ୍‌ସି/ଏସ୍‌ଟି ନିର୍ଯାତନା ମାମଲା କରାଯାଇଥାଏ। ଥାନା ବାବୁଙ୍କ ଉପରେ ଗୋଟାଏ ପଟେ ରାଜନୈତିକ ଲୋକେ ଏ ବାବଦରେ ଚାପ ପକାନ୍ତି। ଅନ୍ୟପଟେ ପୀଡ଼ିତ ଲୋକ ରହିଥାଏ। ସେ ଏହାର ଭୁକ୍ତଭୋଗୀ।

ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଶୃଙ୍ଖଳା ଆସିଛି। ଜଣେ ଏସ୍‌ଡିପିଓ ରାଙ୍କର ଅଫିସ୍‌ର କିମ୍ବା ତହସିଲଦାର ସ୍ତରର ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ତଦନ୍ତ କରି ରିପୋର୍ଟ ଦେବା ପରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ମିଳୁଛି।

Advertisment

ଆଗରୁ ପୁଲିସକୁ ଦେଖି ପୀଡ଼ିତ ଡରି ଯାଉଥିଲେ। ପ୍ରତିପକ୍ଷର ଭୟ ମଧ୍ୟ ଥିଲା। ତେଣୁ ବିଭିନ୍ନ ଘଟଣାରେ ଲୋକେ ଅଭିଯୋଗ କରିବାକୁ ଥାନାକୁ ଆସୁ ନ ଥିଲେ। ଏବେ ଏ ସରକାରରେ ଲୋକେ ନିର୍ଭୟ ହୋଇଛନ୍ତି। ଥାନାକୁ ଆସି ସୁବିଧାରେ ଅଭିଯୋଗ ଦାଖଲ କରିପାରୁଛନ୍ତି। ତେଣୁ ଓଡ଼ିଶାରେ ବିଭିନ୍ନ ମାମଲା ସଂଖ୍ୟା ବଢ଼ିଛି। ଅନେକ ଏନ୍‌ସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଉଛନ୍ତି। ମାତ୍ର ଏହା ପଛର କାରଣ ଅଲଗା ରହିଛି।

ବିଭିନ୍ନ ଘଟଣାରେ ପୀଡ଼ିତ ଲୋକେ କ୍ଷତିପୂରଣ ପାଇବାରେ ସହଜ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାକାର ପୋଟାଲ ଖୋଲାଯାଇଛି। ଜିଲ୍ଲା ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଆବେଦନ କରିବା ପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିବ। ସାଧାରଣ ଲୋକେ ଏବାବଦରେ ଅଧିକ ସଚେତନ ହେଲେ କ୍ଷତିପୂରଣ ପାଇବାର ଅଧିକ ସୁଯୋଗ ନେଇପାରିବେ।

ଥାନାସ୍ତରରେ ଏନେଇ ସଚେତନତା କରାଯାଇଛି। ମାତ୍ର ଥାନା ପକ୍ଷରୁ ଲୋକଙ୍କୁ ଏ ବାବଦରେ ଜଣାଇବାକୁ ସୁଯୋଗ ନଥାଏ। କାରଣ ଥାନାରେ ସର୍ବଦା ବାଦି ଓ ପ୍ରତିବାଦି ଭିତରେ ଲଢ଼େଇ ଚାଲିଥାଏ। ବଳାତ୍କାର ହେଉକି ଅପହରଣ ଅବା ନିର୍ଯାତନା, ପୀଡିତ ବ୍ୟକ୍ତି ଏହି କ୍ଷତିପୂରଣ ପାଇପାରିବେ। ଏବାବଦରେ ସ୍ୱୟଂସହାୟକ ଗୋଷ୍ଠୀକୁ ମଧ୍ୟ ସଚେତନ କରାଯାଇଛି। ତେବେ ଏନେଇ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖଙ୍କୁ ଆଗକୁ ସଚେତନ କରାଯିବ।

ଆଇନ୍‌ଜୀବୀମାନଙ୍କୁ ଦେହକୁ ନ ନେବା ନିମନ୍ତେ ମତ ରଖି ସେ କହିଥିଲେ, ଅନେକ ଘଟଣାରେ ମାମଲାକୁ ଏସ୍‌ଡିଓ ସ୍ତରରେ ସତ ପ୍ରମାଣିତ କରିବା ନିମନ୍ତେ ପୀଡିତଙ୍କ ନିକଟରୁ ଆଗତୁରା କମିଶନ ମାଗି ନେଉଛନ୍ତି। ମାମଲା ସତ ପ୍ରମାଣିତ କରି ସରକାରୀ ସହାୟତା ହାସଲ କରୁଛନ୍ତି। ପୀଡ଼ିତ ଭାବୁଛନ୍ତି, ଓକିଲ ଏହି ଟଙ୍କା ନିଜେ ଲଢ଼ିବା ପରେ ଦେଉଛି। ସରକାର କ’ଣ ଦେଉଛନ୍ତି ସେ ବାବଦରେ ପୀଡ଼ିତ ସଚେତନ ନୁହେଁ। ଖରାପ ଭାଷାରେ ଗାଳି ଖାଇ ମାନହାନି ମାମଲା କରିଥିବା ବ୍ୟକ୍ତିଟି ସରକାର ଦେଉଥିବା ୨ ଲକ୍ଷ ଟଙ୍କାରୁ ଓକିଲ ଜରିଆରେ ୫୦ ହଜାର ଟଙ୍କା ପାଇଲେବି ଖୁସି ହୋଇଯାଉଛି।

ତେବେ ଏହାଦ୍ୱାରା ଗୋଟାଏ ପଟେ ଅନେକ କ୍ଷେତ୍ରରେ ନିର୍ଦ୍ଦୋଷ ଲୋକଟି ମାମଲାରେ ଫସୁଥିବା ବେଳେ ଅନ୍ୟପଟେ ସରକାରୀ ପାଣ୍ଠି ଅଯଥା ଖର୍ଚ୍ଚ ହେଉଛି। ତେଣୁ ଆଇନ ସେବା ସହାୟତା ଦେଉଥିବା ବ୍ୟକ୍ତି ଓ ଅନ୍ୟମାନେ ଏବାବଦରେ ସଚେତନ ହୋଇ କାମ କରିବା ଉଚିତ୍।

ହିଟ୍ ଆଣ୍ଡ ରନ୍, ସାପ କାମୁଡ଼ା, ଦୁର୍ଘଟଣା, ପୋଖରୀରେ ବୁଡ଼ି ମୃତ୍ୟୁ ପ୍ରଭୃତି ମାମଲାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ଷତିପୂରଣ ସହାୟତା ମିଳୁଛି। ତେଣୁ କୌଣସି ବ୍ୟକ୍ତି ପ୍ରଥମେ ଡାକ୍ତରଖାନାରେ ଚିକିତ୍ସା ବେଳେ ଏ ବାବଦରେ ରିପୋର୍ଟ କରନ୍ତୁ। ଏହି ଆଧାରରେ ଫରେନ୍ସସିକ୍‌ ଲ୍ୟାବ୍ରୋଟୋରୀ ରିପୋର୍ଟ ଦେଲେ ସରକାରଙ୍କୁ ସହାୟତା ଦେବାକୁ ସୁବିଧା ହୋଇଥାଏ। ସମାଜରେ ଅନିୟମିତତା ରହିଥିଲେ ହେଁ ସ୍ୱଚ୍ଛତାର ହିଁ ଜୟ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Odisha Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe